csstore

ଜଗନ୍ନାଥ ଡିଗ୍ରୀ କଲେଜରେ +୩ ତୃତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା ଉତ୍ସବ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ବଲାଙ୍ଗିର ସଦରବ୍ଲକ ଅନ୍ତର୍ଗତ ସାହାଜବାହାଲ ଗ୍ରାମର ଜଗନ୍ନାଥ ଡିଗ୍ରୀ କଲେଜରେ, +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ବିଦାୟ ସମାରୋହ ପାଳନ ହୋଇଯାଇଛି । ଏଇ ସମାରୋହଟି +୩ ତୃତୀୟ ବର୍ଷ ଓଡିଆ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିଲା । ଏଇ ପରୀପ୍ରେକ୍ଷୀରେ ଜଗନ୍ନାଥ ଡିଗ୍ରୀ କଲେଜର ପ୍ରିନ୍ସିପାଲ ତଥା ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଭୋଇ ଏବଂ ଓଡିଆ ବିଭାଗର ଅଧ୍ୟାପିକା ଜ୍ୟୋତିର୍ମୟୀ ତ୍ରିପାଠୀ ଅତିଥି ରୂପେ ଯୋଗଦେଇଥିଲେ । ଅଧ୍ୟାପକ ଅଧ୍ୟାପିକା ମାନଙ୍କ ନିବିଡ ସ୍ନେହ ଓ ଆଦରକୁ ମନେ ରଖି ଛାତ୍ରଛାତ୍ରୀମାନେ ଓଡିଆ ବିଭାଗର ମୂଖ୍ୟ ଅଧ୍ୟାପକ ଗୋବିନ୍ଦ ଚନ୍ଦ୍ର ଭୋଇ ଏବଂ ଅଧ୍ୟାପିକା ଜ୍ୟୋତିର୍ମୟୀ ତ୍ରିପାଠୀଙ୍କୁ ପାଛୋଟି ଆଣି ସମ୍ବର୍ଦ୍ଧନା ଜଣାଇଥିଲେ । ଏକ ସଫଳ ମଣିଷ ହୋଇ ସମାଜରେ ବଞ୍ଚିବା, ପାଠ ପଢିବାର ଉଦ୍ଦେଶ୍ୟ କେବଳ ଚାକିରୀ ନୁହେଁ , ମାତ୍ର ଏକ ସୁମଣିଷ ହେବାର ଉଦ୍ଦେଶ୍ୟ । “ଗୁରୁ ଶିଷ୍ୟ ସମ୍ପର୍କ ଚିର ଅମର” ଭଲି ବିଷୟରେ ସାନ୍ତ୍ଵନା ମୂଳକ ବକ୍ତବ୍ୟ ରଖିଥିଲେ ଏହି ବିଦାୟ ସମାରୋହ ଅବସରରେ ଅତିଥି ଗୋବିନ୍ଦ ଚନ୍ଦ୍ର ଭୋଇ ଏବଂ ଅଧ୍ୟାପିକା ଜ୍ୟୋତିର୍ମୟୀ ତ୍ରିପାଠୀ । ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରଂବ୍ରହ୍ମ ତତମେଶ୍ରୀ ଗୁରୁଭେ ନମଃ , ଗୁରୁ ଶିଷ୍ୟ ପରମ୍ପରା ଏମିତି ଚିର ଅମର ରହିବ, ସମୟକ୍ରମେ ଏହି କଲେଜରୁ ସିନା ଆମେ ବିଦାୟ ନେଉଛୁ କିନ୍ତୁ ଆପଣ ସବୁବେଳେ ଆମ ହୃଦୟରେ ରହିଥିବେ, ଆପଣଙ୍କ ନିତୀ ଆଦର୍ଶରେ ଆମେ ଅନୁପ୍ରାଣିତ ହୋଇ, ଦିନେ ଏକ ସୁମଣିଷ ହୋଇ ଆପଣଙ୍କ ଆଗରେ ଠିଆ ହେବୁ ଆପଣମାନଙ୍କ ଆଶୀର୍ବାଦ କାମନା କରୁ ବୋଲି କଥା ଦେଇଥିଲେ ଯୁବ କବି ଗିରିଶ ପାତ୍ର । ଏଇ ସମାରୋହରେ +୩ ତୃତୀୟ ବର୍ଷର ଓଡ଼ିଆ ବିଭାଗର ସମସ୍ତ ଛାତ୍ରଛାତ୍ରୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଏବଂ ଏଇ ପରୀପ୍ରେକ୍ଷୀରେ ଓଡିଆ ବିଭାଗର ଛାତ୍ର ତଥା ଯୁବ କବି ଗିରିଶ ପାତ୍ର ମଞ୍ଚ ବା ସଭା ପରିଚାଳନା କରିଥିଲେ ତତ୍ ସଙ୍ଗେ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.