csstore

ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆପୋଷାହୀନ ଧାରାର ମହାନ ନେତା ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଆଜି ଏ.ଆଇ.ଡି.ଏସ୍‌.ଓ ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ ପାଳିତ ହୋଇଯାଇଛି । ଶିଶୁ ଉଦ୍ୟାନସ୍ଥ ନେତାଜୀଙ୍କ ପ୍ରତିକୃତିରେ ପ୍ରଥମେ ମାଲ୍ୟାର୍ପଣ କରିଥିଲେ ଏ.ଆଇ.ଡି.ଏସ୍‌.ଓ କମିଟିର ଉପସଭାପତି କମ୍ରେଡ ଅଶୋକ ମିଶ୍ର ମଣିଷର ପୋଷଣ, ଜୁଲୁମରୁ ମୁକ୍ତି ପାଇବା ପାଇଁ ସମାଜବାଦୀ ସମାଜ ଗଠନ କରିବା ସହ ନେତାଜୀଙ୍କ ରାସ୍ତାରେ ଆସିବାକୁ ସେ ତାଙ୍କ ବକ୍ତବ୍ୟ କହିଥିଲେ । ଏହି କାର୍ଯ୍ୟକ୍ରମରେ ଏଆଇଡିଏସ୍‌ଓ ର ଜିଲ୍ଲା ସଭାପତି ରାଜେନ୍ଦ୍ର ରଣା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁନିଲ ଭୋଇ, ବିକାଶ ଜେନା, ଉମେଶ ବୁଡେକ ସହ ବହୁ ସଦସ୍ୟ ସାମିଲ ଥିଲେ ।

jayashree
Leave A Reply

Your email address will not be published.