pr

ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ପକ୍ଷରୁ “ଝାଞ୍ଜ” କବିତା ଆସର

dr. purohit

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଚଉଷଠି ଯୁଗନୀ ସାହିତ୍ୟ କଳା ପରିଷଦ ବଙ୍ଗୋମୁଣ୍ଡା ପକ୍ଷରୁ ଗ୍ରୀଷ୍ମର ତାତି ଅବସରରେ ସଂଗଠନର ସଭାପତି ଡ଼ଃ ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ “ଝାଞ୍ଜ” କବିତା ଆସର ଅନୁଷ୍ଠିତ ହୋଇଥିଲା । ଗ୍ରୀଷ୍ମର ତାତି, ଖରାର ଝାଞ୍ଜିକୁ ନେଇ ଏହି ଅବସରରେ ଆଲୋଚନା କରିବା ସହ ବିଶ୍ୱତାପାୟନ ବୃଦ୍ଧି ବର୍ତ୍ତମାନ ସମୟରେ ଏକ ଆହ୍ୱାନ ହୋଇଥିବା ବେଳେ ପ୍ରକୃତିର ସୁରକ୍ଷା, ପରିବେଶ ବଞ୍ଚାଇବା ପାଇଁ ବ୍ୟାପକ ଚାରାରୋପଣ ଏବଂ ବ୍ୟାପକ ସଚେତନତା ନେଇ ଆଲୋଚନା ହୋଇଥିଲା । ଏହି ଅବସରରେ କବିତା ପାଠ, ବକ୍ତବ୍ୟ ପ୍ରଦାନ କରାଯାଇଥିଲା । ଅନୁଷ୍ଠାନର ସମ୍ପାଦକ ତଥା ବ୍ଲକ ସାମ୍ବାଦିକ ସଂଘର ସଭାପତି ରଶ୍ମି ରଞ୍ଜନ ପୁଟେଲ,ସାମ୍ବାଦିକ ସଂଘର ସମ୍ପାଦକ ହୁଲେଶ୍ୱର ହଂସ, ଉପସଭାପତି ସୁଶାନ୍ତ ବେହେରା, ଦୀପକ ଦାସ ଯାଦବ, ଅଶୋକ ନାରାୟଣ ଭୋଇ, କୋଶଲୀ କବି ଭକ୍ତବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.