oom

ଜୁଆ ଆଡ୍ଡା ଉପରେ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ଟିଟିଲାଗଡ଼ ପୋଲିସ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ପୋଲସକୁ ବଡ଼ ସଫଳତା । ବୁଧବାର ରାତିରେ ଟିଟିଲାଗଡ଼ ସହରର ଗେଜା ନାମକ ଜୈନିକ ବ୍ୟକ୍ତି ଗୋଟିଏ ଘରେ ଜୁଆ ଖେଳାଉ ଥିବା ଖବର ପାଇ ଏସ୍‌ଆଇ କିରଣ ଜାନି ଥାନାକୁ ଖବର ଦେଇଥିଲେ । ଏହି ଖବର ପାଇ ଥାନାଧିକାରୀ କଲ୍ୟାଣୀ ବେହେରା, ଏସ୍‌ଆଇ କେ କେ ଜାନି, ପ୍ରଦୀପ କୁମାର ଦୂରିଆ, ଏଏସ୍‌ଆଇ କାର୍ତ୍ତିକ ପ୍ରଧାନ ଏବଂ ପୋଲିସ ଟିମ ସେଠାକୁ ଯାଇ ଚଢାଉ କରିଥିଲା । ଜୁଆ ଖେଳୁ ଥିବା ୮ ଜଣଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ନଗଦ ୨୭,୪୪୦ ଟଙ୍କା, ଦୁଇଟି ମୋଟର ସାଇକେଲ, ତିନୋଟି ମୋବାଇଲ ଫୋନ୍, ୧୦ଟି ତାସ ପ୍ୟାକେଟ ଜବତ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଏସ୍‌ଡିପିଓ ଯଶୋବନ୍ତ ନାରାୟଣ ପ୍ରଧାନ ଏବଂ ଥାନାଧିକାରୀ କଲ୍ୟାଣୀ ବେହେରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ତେବେ ଗିରଫ ହୋଇଥିବା ଆଠ ଜଣ ଅଭିଯୁକ୍ତ ହେଲେ ସେର୍ଶନ ଛତ୍ରିଆ, ମନୋଜ କୁମାର ବାବୁ, ଶେର ଖାଁ, ଗଙ୍ଗାଧର ଭୋଇ, କ୍ଷେତ୍ର ବାଗ, ଉପେନ୍ଦ୍ର ବାଗ, ଯଶୋବନ୍ତ ବାଗ ଏବଂ ସୁକାନ୍ତ ସାହୁ ।

jittmm
Leave A Reply

Your email address will not be published.