p purohi

ଛାତ୍ରଛାତ୍ରୀଙ୍କ ମାନଙ୍କର ଭବିଷ୍ୟତ ଗଢି ତୋଳିବା ମୋର ଏକମାତ୍ର ପ୍ରସାୟ : ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ଦାଦାଜୀ ହୋଟେଲ ଠାରେ ପାଇକମାଲ ଲାୟନ୍ସ ବ୍ଲକ ଆନୁକୁଲ୍ୟରେ ପାଇକମାଲ ବିନ୍ଧ୍ୟ ବାସିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ୟାମଲାଲ ପ୍ରଧାନଙ୍କ ୫୯ ତମ ଜନ୍ମ ଦିବସ ପାଳିତ ହୋଇଯାଇଛି । ଏହି ଜନ୍ମ ଦିବସ ସମାରୋହରେ ନିମନ୍ତ୍ରିତ ଅତିଥି ମାନେ ସ୍ୱାଗତ ଭାଷଣ ଦେଇ ଜନ୍ମ ଦିବସ ସମାରୋହରେ ଶ୍ରୀ ପ୍ରଧାନଙ୍କ କାର୍ଯ୍ୟ ଦକ୍ଷତା ବ୍ୟକ୍ତିତ୍ୱକୁ ଭୂକ୍ଷସୀ ପ୍ରଶଂସା କରିଥିଲେ । ଅଧ୍ୟକ୍ଷ ଶ୍ରୀ ପ୍ରଧାନ ପିଲାଟି ଦିନରୁ ସମାଜ ପ୍ରତି ଆକୃଷ୍ଟ ହେବା, ଛାତ୍ରଛାତ୍ରୀ ମାନଙ୍କର ଭବିଷ୍ୟତ ଗଢି ତୋଳିବା, ଶିକ୍ଷାଦାନ ପ୍ରତି ଅନେକ କାର୍ଯ୍ୟକ୍ରମ ଅବଲମ୍ବନ କରିବା, କଲେଜ ପରିସରରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ପରିବେଶ ସୃଷ୍ଟି କରିବା ବିଦ୍ୟାଳୟର ଗୌରବକୁ ଅକ୍ଷୁର୍ଣ୍ଣ ରଖିବାର ପ୍ରସାୟ ଜାରି ରଖିଥିଲେ ବୋଲି ଅତିଥି ଗଣ ମନ୍ତବ୍ୟ ଦେଇଥିଲେ । ଏହି ଅବସରରେ ତାଙ୍କର ଧର୍ମପତ୍ନୀ, ଏକ ମାତ୍ରର ପୁତ୍ର ଶୁଭମ, ଲାୟନ୍ସ କ୍ଲବର ସଦସ୍ୟ ଗୋବର୍ଦ୍ଧନ ଅଗ୍ରୱାଲ, ଅଶୋକ ଜିନ୍ଦଲ, ମୀନକେତନ ବେହେରା, ଲମ୍ବୋଦର ପଣ୍ତା, ରାଜ କିଶୋର ସାହୁ, ରାଜୀବ ଲୋଚନ ପଟ୍ଟନାୟକ, ସୁଶାନ୍ତ ନାଗ, ମହାଦେବ ବେହେରା, ଧବଲେଶ୍ଵର ସାହୁ, ରାଜ କୁମାର ସ୍ୱାଇଁ, ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟିତ୍ରୀ ପ୍ରଶାନ୍ତ ସାହୁ, ସୁନିଲ କୁମାର ପ୍ରଧାନ, ରଞ୍ଜିତା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଜନ୍ମଦିବସ ନୌଶ ଭୋଜରେ ଆପ୍ୟାୟିତ ହୋଇ ନିଜନିଜ ଘରକୁ ପ୍ରସ୍ଥାନ କରିଥିଲେ ।

nrusinghnath
Leave A Reply

Your email address will not be published.