
ବଲାଙ୍ଗିର, (କେପିଏନ୍ଏସ୍) : ପତଞ୍ଜଳି ପରିବାର ବଲାଙ୍ଗିର ଆନୁକୁଲ୍ୟରେ ଚାଲିଥିବା ପଞ୍ଚ ଦିବସୀୟ ବିଶାଳ ଯୋଗ ଓ ସାଧନା ଶିବିରର ଉଦ୍ଯାପିତ ହୋଇଯାଇଛି । ଯୋଗ ଋଷି ସ୍ୱାମୀ ରାମଦେବ ଜି ମହାରାଜଙ୍କ ପରମ ଶିଷ୍ୟ, ପତଞ୍ଜଲି ଭାରତ ସ୍ୱାଭିମାନ କେନ୍ଦ୍ରୀୟ ପ୍ରଭାରୀ ତ୍ୱାମୀ ପରମାର୍ଥ ଦେବଜୀଙ୍କ ପ୍ରତ୍ୟକ୍ଷ ସାନ୍ନିଧ୍ୟରେ ଚାଲିଥିବା ଶିବିରରେ ବିଭିନ୍ନ ଦିନରେ ଉପଜିଲ୍ଲାପାଳ ବଲାଙ୍ଗିର ଆଲୋକ କୁମାର ପଟେଲ ଓ ଜିଲ୍ଲା ଲୋକ ଓ ସୂଚନା ଅଧିକାରୀ ସରୋଜ ସାହୁ , ବରିଷ୍ଠ ଯୋଗ ଶିକ୍ଷକ ରାମ ଶଙ୍କର ଅଗ୍ରୱାଲ ଅତିଥି ଭାବରେ ଯୋଗଦାନ କରି ସୁସ୍ଥ ସମାଜ ଗଠନରେ ଯୋଗର ଆବଶ୍ୟକତା ବିଷୟରେ ନିଜର ସୁବିଚାର ରଖିଥିଲେ । ବଲାଙ୍ଗିର ଜିଲ୍ଲାକୁ ଯୋଗଯୁକ୍ତ ଓ ରୋଗ ମୁକ୍ତ କରିବା ପାଇଁ ସମସ୍ତେ ସଂକ୍ଲପିତ ହେବ ପାଇଁ ସ୍ୱାମୀଜୀ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭାରତ ସ୍ୱାଭିମାନ ରାଜ୍ୟ ପ୍ରଭାରୀ ସୁଧାଂଶୁ ଅଧିକାରୀ, ପତଞ୍ଜଳି ଯୋଗ ସମିତି ରାଜ୍ୟ ପ୍ରଭାରୀ ରାଧା ମାଧବ ବହିଦାର, ରାଜ୍ୟ ମହିଳା ପ୍ରଭାରୀ ଗିରିଜା ଦେବୀ, କିଷ।ନ ପ୍ରଭାରୀ ସ୍ଵୟଂ ପ୍ରକାଶ,ରାଜ୍ୟ ଯୁବ ପ୍ରଭାରୀ ଅମୃତାଂଶୁ , ରାଜ୍ୟ କାର୍ଯ୍ୟାଳୟ ପ୍ରଭାରୀ ସୂର୍ଯ୍ୟକାନ୍ତ ମହାନ୍ତି, ରାଜ୍ୟ ମିଡ଼ିଆ ପ୍ରଭାରୀ କ୍ଷିତିଶ ଜି ଯୋଗଦାନ କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ସଂଗଠନର ଭାରତ ସ୍ୱାଭିମାନ ପ୍ରଭାରୀ ରଘୁନାଥ ଷଡ଼ଙ୍ଗୀ , ଯୋଗ ସମିତି ପ୍ରଭାରୀ ଅଶୋକ ଅଗ୍ରୱାଲ, ମହିଳା ପ୍ରଭାରୀ ସୁଜାତା ଦିଶ୍ରି, ମିଡ଼ିଆ ପ୍ରଭାରୀ ସସ୍ମିତା ସାହୁ, କାର୍ଯ୍ୟକାରୀ ଅଧ୍ୟକ୍ଷ ବିରେନ୍ଦ୍ର ଅଗ୍ରୱାଲ ପ୍ରଭୃତି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାଳକିସାନ ଅଗ୍ରୱାଲ, ଶିବରାମ ପଣ୍ଡା, ପ୍ରମୋଦ, ରାମ ଶଙ୍କର ଚନ୍ଦନ, ଲେଙ୍କା, ସୁରଜ, ଉପେନ୍ଦ୍ର , ଅମ୍ବରିଶ , ନିହରିକାଜି ଇତ୍ୟାଦି ସହାୟୋଗ କରିଥିଲେ । ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଅଳ୍ପନ ଯୋଗ ଶିବିରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ତଥା ବଲାଙ୍ଗିର ଜନ ସାଧାରଣ ଯୋଗଦାନ କରିଥିଲେ । ସ୍ୱାମୀଜୀ କଦମ ପଡ଼ା ସ୍ଥିତ ଶିଶୁ ମନ୍ଦିର, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପଥର ଚେପା ଓ ପୋଲି ଟେକନିକକୁ ଯାଇ ଛାତ୍ରଛାତ୍ରୀଙ୍କୁ ଯୋଗ ଓ ପ୍ରାଣାୟାମ ଶିକ୍ଷା ଦେଇ ସବୁ ସମସ୍ୟାର ସମାଧାନ ଯୋଗ ବୋଲି କହିଥିଲେ । ମାରବାଡି ସେବା ସଦନ ଠାରେ କାର୍ଯ୍ୟକର୍ତ୍ତା ବୈଠକ ଓ ରାମ ମନ୍ଦିର ଠାରେ ଭଜନ ଓ ପ୍ରବଚନ କାର୍ଯ୍ୟକ୍ରମ ରଖାଯାଇଥିଲା । ସ୍ୱାମୀଜୀ ହରିଶଙ୍କର ମନ୍ଦିର ଦର୍ଶନ କରିବା ସହିତ ଖପ୍ରାଖୋଲ ଓ ପାଟଣାଗଡ ଓ ଆଗଲପୁର ଠାରେ ତହସିଲ ବୈଠକ ରଖାଯାଇଥିଲା । ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ ଶରତ ଚଦ୍ର ମିଶ୍ରଙ୍କୁ ସଂଗଠନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଯୁବ ପ୍ରଭାରୀ ଜ୍ୟୋତି ପ୍ରକାଶ ସାହୁ ।