ଜୟପାଟଣା, (ଶେଷଦେବ ବେହେରା) : ଶିକ୍ଷା ସାଙ୍ଗରେ ସଂସ୍କୃତି, ସୃଜନଶୀଳତା ଓ ଅନ୍ତର୍ନିହିତ ଗୁଣା ବଳିର ବିକାଶ ପାଇଁ ସରକାର ଅନବରତ ଉଦ୍ୟମ କରୁଥିବା ବେଳେ ଏବେ ବିଦ୍ୟାଳୟ ମାନଙ୍କରେ ଆମ ସଂସ୍କୃତି ଆମ ଖେଳନା କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କୁ ବେଶ ଆକର୍ଷିତ କରୁଛି । ଜୟପାଟଣା ବ୍ଲକର ମୁଶୁରି ପଡ଼ା ପ୍ରାଥମିକ ବିଦ୍ୟାଳୟରେ ସଂପୃକ୍ତ କାର୍ଯ୍ୟକ୍ରମ ଉତ୍ସାହର ସହିତ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ମାଣବସା ଲକ୍ଷ୍ମୀ ପୂଜା, ବାଉଁଶ ତିଆରି ସାମଗ୍ରୀ, ଖଜୁରୀ ପତ୍ରର କଣ୍ଢେଇ, ବିଭିନ୍ନ କିସମ ଦେଶୀ ଧାନର ପ୍ରଦର୍ଶନ ବେଶ ନିଆରା ଥିଲା । ଏହିସବୁ କାର୍ଯ୍ୟକ୍ରମରେ ଗାଁର ମହିଳା ଓ ପୁରାତନ ଛାତ୍ରଛାତ୍ରୀ ସହଯୋଗ କରିଥିଲେ । ଆୟୋଜିତ ସମାରୋହରେ ବି ଆର ସି ସି ସୁରେନ୍ଦ୍ର ମୋହନ ଯୋଷୀ, ଏ ବି ଇ ଓ ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ସାମ୍ବାଦିକ ଶେଷଦେବ ବେହେରା, ସି ଆର ସି ସି ତାପସ ପଣ୍ଡା, ପରିଚାଳନା କମିଟି ସଭାପତି ଦଶରଥ ଉମରିଆ, ବେଳଧର ରାଉତ, ସୁରେଖା ଉମ୍ରିଆ, ହେମନ୍ତ ମାଝୀ, ସାମ୍ବାଦିକ ଅସ୍ରଫ ଅଲ୍ଲୀ, ଅମଜାଡ ଖାନ ପ୍ରମୁଖ ମଞ୍ଚାସିନ ଥିବା ବେଳେ ପ୍ରଧାନ ଶିକ୍ଷକ ଅଧ୍ୟକ୍ଷତା କରିଥିଲେ । ଛାତ୍ରଛାତ୍ରୀଙ୍କ ଦ୍ଵାରା ପ୍ରଦର୍ଶିତ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷିତ କରିଥିଲା । ଅବସର ପ୍ରାପ୍ତ ଶିକ୍ଷକ ଦିବାକର ପଟ୍ଟନାୟକଓ ଗୋବର୍ଦ୍ଧନ ବିଶ୍ଵାଳଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ।
Prev Post
Next Post