ସାମୁହିକ ଔଷଧ ପ୍ରଦାନ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ଫାଇଲେରିଆ ନିରାକରଣ ସକାଶେ ସାମୁହିକ ଔଷଧ ପ୍ରଦାନ ପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଫେବୃୟାରୀ ମାସରେ ଜାତୀୟ କୃମିନାଶକ ଦିବସ ପାଳନ ସହ ସମସ୍ତ ହିତାଧିକାରୀଙ୍କୁ ଡିଇସି ବଟିକା ପ୍ରଦାନ କରାଯିବ । ସେଥିପାଇଁ ବ୍ଲକସ୍ତରୀୟ ପ୍ରଶିକ୍ଷଣ ଶିବିରରେ ସମସ୍ତ ଆୟୁଷ ଡାକ୍ତର, ପୁରୁଷ ଓ ମହିଳା ସ୍ଵାସ୍ଥ୍ୟକର୍ମୀ, ସ୍ଵାସ୍ଥ୍ୟ ପରିଦର୍ଶକ, ଫାର୍ମାସିଷ୍ଟ, ରେପିଡ ରେସପୋନସ୍ ଟିମ୍ ର ସଦସ୍ୟମାନଙ୍କୁ ତାଲିମପ୍ରଦାନ କରାଯାଇଛି । ଡାକ୍ତରଖାନା ଅଧୀକ୍ଷକ ଡାକ୍ତର ସଙ୍ଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ସଂଯୋଜନା କରିଥିବା ସହ ଭିବିଡିଟିଏସ କୃଷ୍ଣ ଚନ୍ଦ୍ର ନାଏକ, ବିପିଏମ ଅଶୋକ ମିଶ୍ରଙ୍କ ସହ ମିଳିତ ଭାବେ ତାଲିମ ପ୍ରଦାନ କରିଥିଲେ। ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତୁନୁ ମେହେର ପ୍ରଶିକ୍ଷଣ ଶିବିର ଆୟୋଜନରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.