oom

ଗ୍ରୀଷ୍ମ ପ୍ରବାହ ପାଇଁ ପ୍ରସ୍ତୁତି ବୈଠକ : ପାଣି ସମସ୍ୟା ନେଇ ଗର୍ଜିଲେ ଲୋକ ପ୍ରତିନିଧି

jsmm

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ସ୍ଥିତ ରାଜୀବ ଗାନ୍ଧୀ ସେବା କେନ୍ଦ୍ର ପରିସରରେ ବ୍ଲକସ୍ତରୀୟ ଗ୍ରୀଷ୍ମ ପ୍ରବାହ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧାଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ବୈଠକରେ ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ତହସିଲଦାର ଆଶିଷ ଏକ୍କା, ଆୟୁଷ ଡାକ୍ତର ନମିତା ବିଶି, ସିଡ଼ିପିଓ ଗୋଲାପୀ ନାୟକ, ଜିପିଡ଼ିଓ ସୁଷମା ନାୟକ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଭାନୁପ୍ରତାପ ଭୋଇ, ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଇତିଶ୍ରୀ ଦେହୁରୀ, ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ, ଜନମଙ୍ଗଳ ଅଧିକାରୀ ଜନ୍ମେଜୟ ପରିଡା ଓ ବ୍ଲକ ସ୍ୱାସ୍ଥ୍ୟ ସମ୍ପ୍ରସାରଣୀ ଅଧିକାରୀ ମିନା କୁମାରୀ ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ସଭାରେ ସଇଁତଲା ଡାକ୍ତରଖାନା ଏରିଆରେ ଦୀର୍ଘ ବର୍ଷ ହେଲା ପାଣି ସମସ୍ୟା ଲାଗି ରହିଥିବାରୁ ରୋଗୀ ସାଙ୍ଗକୁ ଜନସାଧାରଣ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଡାକ୍ତର ନମିତା ବିଶି ଅଭିଯୋଗ ଉଠାଇଥିଲେ । ଏହା ସହିତ ତହସିଲ ଅଫିସ ଓ ଆଦର୍ଶ ବିଦ୍ୟାଳୟରେ ପାଣି ସମସ୍ୟା ନେଇ ଲାଗି ରହିଛି ବୋଲି ଅଭିଯୋଗ ହୋଇଥିଲା । ଏପରିକି ଧରବଗଡ଼, ଗଣ୍ଡପତ୍ରାପାଲି, ଭଦ୍ରା, ଘୁନସର, ବିବିନା ଅଞ୍ଚଳରେ ପାଣି ସାଙ୍ଗକୁ ନଳକୂଅ ଅଚଳ ହୋଇଥିବା ନେଇ ବୈଠକରେ ଦାବୀ ଉଠିଥିଲା । ସେହିପରି ଘୁନସର ମେଡିକାଲରେ ଡାକ୍ତର ସମସ୍ୟା ନେଇ ଅଭିଯୋଗ ହୋଇଥିଲା । ଏହି ମେଡିକାଲରେ ଅପରାହ୍ନ ସମୟରେ ଡାକ୍ତର ରହୁ ନ ଥିବାରୁ ରୋଗୀମାନେ ନାହିଁ ନ ଥିବା ଅସୁବିଧା ହେଉଛନ୍ତି ବୋଲି ସରପଞ୍ଚଙ୍କ ପ୍ରତିନିଧି ଚମ୍ପୁ ସେଠ ଦାବୀ କରିବା ସହିତ ଶୀଘ୍ର ଡାକ୍ତର ବ୍ୟବସ୍ଥା କରାଯାଉ ବୋଲି ଦାବୀ କରିଥିଲେ । ଏହି ଗ୍ରୀଷ୍ମ ପ୍ରବାହରେ ନାଲ, ପୋଖରୀଗୁଡିକ ଶୁଖି ଯିବା ଦ୍ୱାରା ଯୋଗୁଁ ଗାଈ, ଗୋରୁମାନେ ପାଣି ପାଇଁ ଅସ୍ତବ୍ୟସ୍ତ ହେଉଥିବାରୁ ଅସ୍ଥାୟୀ ଚହଲା ଖୋଲା ଯାଉ ବୋଲି ସମିତି ସଭ୍ୟାଙ୍କ ପ୍ରତିନିଧି ନୀତେଇ ଖଣ୍ଡଗିରି ବିଡ଼ିଓଙ୍କ ଠାରେ ଦାବୀ କରିଥିଲେ । ବର୍ତମାନ ଗ୍ରୀଷ୍ମ ପ୍ରବାହ ସମୟରେ ନଦୀ, ନାଲଗୁଡିକ ଶୁଖି ଯାଇଥିବା ବେଳେ ତୁରନ୍ତ ଓସ୍ତାଳୀ ଡେମରୁ ପାଣି ଛଡା ଯାଉ ବୋଲି ସଇଁତଲା ସରପଞ୍ଚ ସୁବ୍ରତ ନାଗ ଓ ଅନ୍ୟ ପ୍ରତିନିଧିମାନେ ବିଡ଼ିଓଙ୍କ ଠାରେ ଦାବୀ ଉପସ୍ଥାପନ କରିଥିଲେ । ଏହି ସମୟରେ ଅଗ୍ନିଶମ ବିଭାଗର ସମୀର ସାହୁ, ଅତିରିକ୍ତ ପ୍ରାଣୀ ଚିକିତ୍ସା ଅଧିକାରୀ ବବିତା, ସରପଞ୍ଚ ପୁଷ୍ପାଞ୍ଜଳୀ ମାଝୀ, ଅନୁରାଧା ସେଠ, ଗୀତାଞ୍ଜଳି ପଣ୍ଡା, ସୁବ୍ରତ ନାଗ, ଗଜପତି ସାହୁ, ରାଜେନ୍ଦ୍ର ଯାନୀଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟା /ସଭ୍ୟ, ପିଇଓ, ଏଡ଼ିଇଓ ପ୍ରମୁଖ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.