ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଚିନାଜୁରୀ କ୍ଲଷ୍ଟର ଅନ୍ତର୍ଗତ ପଥରଖଣ୍ଡି ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ଚେୟାରପର୍ସନ ଫଗୁନୁ ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମାଜସେବୀ ଘନଶ୍ୟାମ ପଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷା ହିଁ ସମାଜର ପ୍ରାଣ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସିଆରସିସି ରମେଶ ଭୋଇ ଯୋଗଦେଇ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଗ୍ରାମର ସହଯୋଗ ଜରୁରୀ ବୋଲି ମତପ୍ରକାଶ କରିଥିଲେ । ସାନନୂଆପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶଶିଭୂଷଣ ପୁରୋହିତ, ଲୁଡୁକିବେଡା ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସୁରେଶ ପୂଜାରୀ ସମ୍ମାନିତ ଅତିଥିଭାବେ ମଂଚାସୀନ ଥିଲେ । ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଶିକ୍ଷାଧିକାରୀ ଗଣେଷ କିଷାନ ମୁଖ୍ୟ ଅତିଥି, ଇଚ୍ଛାପୁର ସିଆରସିସି ସୁଧାଂଶୁଶେଖର ସାହୁ ସମ୍ମାନିତ ଅତିଥିଭାବେ ଯୋଗଦେଇ ମନ ଯୋଗୀ ହୋଇ ପାଠ ପଢି ଉଜ୍ଜ୍ୱଳ ଭବିଷ୍ୟତ ଗଢିବାକୁ ପ୍ରେରଣା ଦେବା ସହ ଛାତ୍ରଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନକରି ଉତ୍ସାହିତ କରିଥିଲେ । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାଇବା ସହ ଅତିଥିଙ୍କୁ ଫୁଲତୋଡ଼ା ଓ ଉପଢୌକନ ଦେଇ ସ୍ୱାଗତ କରିଥିଲେ । ପ୍ରଧାନଶିକ୍ଷକ ଜିତେନ୍ଦ୍ରିୟ ସାହୁ ଅତିଥିପରିଚୟ ପ୍ରଦାନ ଓ ବାର୍ଷିକ ବିବରଣୀ ପଠନ କରିଥିଲେ । ଛିଟକେଲବନ୍ଧଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ବ୍ୟାସଦେବ ଭୋଇ ସଭାପରିଚାଳନା କରିଥିବାବେଳେ ଶିକ୍ଷୟିତ୍ରୀ ସଂଯୁକ୍ତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ଏସଏମସି ସଭ୍ୟସଭ୍ୟା ଓ ଅବିଭାବକ ସହଯୋଗ କରିଥିଲେ । ଶିକ୍ଷକ ଶିଶିର ପଧାନ, ସୁନୀଲ ଚିନ୍ଦ୍ରା, ବଳରାମ ନାଏକ, ଛବିଳ ଦଣ୍ଡସେନା, ତେଜରାଜ ବାରିକ ଓ ଚିତ୍ରସେନ ସାହୁଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନମୋହିଥିଲା ।

Leave A Reply

Your email address will not be published.