ଦୁଇ ହାତୀଙ୍କ ସଂଘର୍ଷରେ ଚାଲିଗଲା ଗୋଟେ ଦନ୍ତାର ଜୀବନ

କାମାକ୍ଷାନଗର : ଦୁଇ ହାତୀଙ୍କ ସଂଘର୍ଷରେ ଚାଲିଗଲା ଗୋଟେ ହାତୀର ଜୀବନ । ଢେଙ୍କାନାଳ ଜିଲ୍ଲା ଅଁଳାବରେଣୀ ଫରେଷ୍ଟ ସେକ୍ସନ ଜାମୁଝରା ଗାଁର ଚାଷ ଜମିରୁ ଏକ ଦନ୍ତା ହାତୀର ମୃତଦେହ ଠାବ ହୋଇଛି । ମୃତ ଦନ୍ତାର ବୟସ ପ୍ରାୟ ୩୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଖବର ଅନୁସାରେ, ଜାମୁଝରା ଗାଁ ପାଖ ଚାଷ ଜମିରେ ଦୁଇ ଦନ୍ତା ହାତୀଙ୍କ ମଧ୍ୟରେ ଲଢେଇ ହୋଇଥିଲା । ଦୀର୍ଘ ସମୟ ଧରି ଲଢେଇ କରିବା ପରେ ଘଟଣାସ୍ଥଳରେ ହିଁ ଗୋଟିଏ ହାତୀର ମୃତ୍ୟୁ ହୋଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ବନ ବିଭାଗର ଅଧିକାରୀ ପହଞ୍ଚି ହାତୀର ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.