csstore

ସରସ୍ୱତୀ ଶିଶୁବିଦ୍ୟାମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଶ୍ରୀରାମନଗର ଠାରେ ଅବସ୍ଥାପିତ ସରସ୍ୱତୀ ଶିଶୁବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ଶୁକ୍ରବାର ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ନିଷ୍ଟ୍ ୟୁନିଭରସିଟିର କମ୍ପ୍ୟୁଟର ବିଜ୍ଞାନର ମୁଖ୍ୟ ପ୍ରଫେସର ଡଃ. ବ୍ରଜକିଶୋର ମିଶ୍ର ଯୋଗଦେଇ ଜ୍ଞାନ ବିଜ୍ଞାନ ଉପରେ ଛାତ୍ରଛାତ୍ରୀଙ୍କୁ ଅନେକ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥିମାନଙ୍କ ମଧ୍ୟରେ ସେଞ୍ଚୁରିୟାନ୍ ବିଜ୍ଞାନ ଉଚ୍ଚମାଧ୍ୟମିକ କଲେଜର ଅଧ୍ୟକ୍ଷ ଡଃ. ଲିଙ୍ଗରାଜ ସାହୁ ଏବଂ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟର ଗଣିତ ବିଭାଗର ଅଧ୍ୟାପକ ଡଃ. ଅଜିତ କୁମାର ସେଠୀ, ଅମୃତ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପତ୍ରବାଚନରେ ଭାଗ ନେଇଥିବା ଶିଶୁମାନଙ୍କ ବିଚାରକ କରିଥିଲେ । ଉପସଭାପତି ଗୀତାପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ରନାଥ ଦାଶ ଉପସ୍ଥିତ ଅତିଥିମାନଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପରିଚାଳନା କମିଟିର ସଦସ୍ୟା ସୁନୀତା ସେଠୀ ଯୋଗଦେଇ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଆଚାର୍ଯ୍ୟ ଶିବରାମ ବସନ୍ତିଆ ସଂଯୋଜନା କରିଥିଲେ । ଶେଷରେ ବରିଷ୍ଠ ଆଚାର୍ଯ୍ୟ ଶ୍ରୀଯୁକ୍ତ ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଜ୍ଞାନ ଦିବସ ଅବସର ରେ ଶିଶୁମାନଙ୍କ ମଧ୍ୟରେ ପ୍ରକଳ୍ପ, ବିଜ୍ଞାନ କୁଇଜ୍ ଓ ସେମିନାର ଆଦି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । କୃତୀପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା ।

jayashree
Leave A Reply

Your email address will not be published.