oom

ଡେଲାଙ୍ଗରେ ମହାଶିବରାତ୍ରୀ ଓ ଜାଗର ଯାତ୍ରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ନିରାକାର ପରମ ବ୍ରହ୍ମ, ମହାଶିବ, ମହାଶକ୍ତି, ମହାଦେବ, ମହାଯୋଗୀ ଓ ମହାମୃତ୍ୟୁଜ୍ଞୟ ସେ ନିତ୍ୟ ମଙ୍ଗଳକାରୀ, ସମଗ୍ର ବିଶ୍ୱର କଲ୍ୟାଣକାରୀ ରକ୍ଷକ ଓ ବିଧେୟକ ଅଟନ୍ତି । ପବିତ୍ର ମହାଶିବରାତ୍ରୀ ଓ ଦେବଦେବ ମହାଦେବଙ୍କର ଜାଗର ଯାତ୍ରାରେ ଶୈବପୀଠ ଗୁଡିକରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଶିବରାତ୍ରରେ ଉଜାଗର ରହି ଶିବଳୟରେ ଘୃତଦୀପ ଜାଳିଲେ ଅଶେଷ ପୁଣ୍ୟ ହୋଇଥାଏ । ପ୍ରତିବର୍ଷ ଭଳି ଫାଲଗୁନ ମାସ କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ଶିବରାତ୍ର ଓ ଜାଗରପର୍ବ ଅନୁଷ୍ଠିତ ହୋଇଥାଏ । ଏହି ପବିତ୍ର ମହାଶିିବରାତ୍ରୀ ଅବସରରେ ଡେଲାଙ୍ଗର ବିଭିନ୍ନ ପୁରପଲ୍ଲୀରେ ଥିବା ଶୈବପୀଠ , ଘୋରଡିଆର ସୋମନାଥ ଦେବ, କୁଆପଦାର ବଣିବକ୍ରେଶ୍ୱର ଦେବ, ପାହାଡଶୀର୍ଷ ବିଶ୍ୱନାଥ ଦେବ, ଅଳଉତାର ନୀଳ କଣ୍ଠେଶ୍ୱର ଦେବ, ବେରବୋଇର ବ୍ରହ୍ମେଶ୍ୱର ଦେବ, ଅରାଗଡର କୁନ୍ତେଶ୍ୱର ଦେବ ଖେଲୋରର ଖେଲେଶ୍ୱର ଦେବ, ଯୋରକଣୀର ଜାଗେଶ୍ୱର ଦେବ, କଲ୍ୟାଣପୁରର ଭାଗ୍ୟଶ୍ୱର ଦେବ, ହରିରାଜପୁରର ପଶ୍ଚିମ ଶମ୍ଭୁ ସୋମନାଥ ଦେବ, ଗଣ୍ଡପଡାର ଓଗରନାଥ ଦେବ, ଡେଲାଙ୍ଗ ଥାନା ସନ୍ନିକଟ ମହାଦେବ ମନ୍ଦିର ଓ ମୋଟରୀର ବାଲୁଙ୍କେଶ୍ୱର ଦେବ ମନ୍ଦିରରେ ଗୁଡିକରେ ପୂଜାର୍ଚ୍ଚନା ନିମନ୍ତେ ଭକ୍ତ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ମହାଶିବରାତ୍ରୀ ଶିବଙ୍କ ବିବାହ ବାର୍ଷିକ ତଥା ପ୍ରଭୁ ଶିବ ମାତା ପାର୍ବତୀଙ୍କ ମିଳନ ପର୍ବ ହେଉଥିବାରୁ ହିନ୍ଦୁମାନେ ଭକ୍ତିଭାବ ଓ ଉତ୍ସାହ ଉଦ୍ଦିପନାର ସହ ରାତ୍ରୀ ଅନିଦ୍ରା ହୋଇ ଶୈବ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉପବାସ ରହି ତାଙ୍କର ପରିବାରର ସୁଖ, ସମୃଦ୍ଧି ଏବଂ ସୁସ୍ଥ, ନିରାମୟ ଯାପନ ନିମନ୍ତେ ପରମ ଆରଧୟ ଶିବଙ୍କଠାରେ ଶୁଦ୍ଧପୁତ ଭାବରେ ନୂତନ ବସ୍ତ୍ର ପରିଧାନ କରି ଭକ୍ତିର ସହ ପ୍ରାର୍ଥନା କରିଥାନ୍ତି । ସନ୍ଧ୍ୟାରେ ମନ୍ଦିରରେ ରଙ୍ଗବେରଙ୍ଗର ସୁସ୍‌ଜିତ୍‌ ଆଲୋକ ସଜ୍ଜା ସାଙ୍ଗକୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସମଗ୍ର ଅଚଂଳ ଆଧ୍ୟତ୍ମିକ ପରିବେଶରେ ପ୍ରକମ୍ପିତ ହୋଇଥିଲା ।

jittmm
Leave A Reply

Your email address will not be published.