ଟ୍ରକରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବଲାଙ୍ଗିର : ଟିଟିଲାଗଡ଼ରୁ ଆସୁଛି ଏକ ବଡ଼ ଖବର । ଟ୍ରକରେ ହୁ ହୁ ହୋେଇ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର । ସୂଚନାଯୋଗ୍ୟ ଯେ, ଟିଟିଲାଗଡ଼ ଦେବବନ୍ଦ ଜଙ୍ଗଲ ନିକଟ ଏକ ଟ୍ରକରେ ହଠାତ ନିଆଁ ଲାଗିଥିଲା । ଘଟଣାର ଖବର ପାଇଁ ଅଗ୍ନିଶମ ବିଭାଗ ପହଁଚି ନିଆଁକୁ ଆୟତ୍‌ତ୍ତ କରିଥିଲା । ତେବେ ଟ୍ରକରେ ବିପୁଳ ପରିମାଣରେ ଚାଉଳ ଭର୍ତି ଥିବାବେଳେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ତେବେ ଟ୍ରକରେ ନିଆଁ ଲାଗିବା କାରଣ ଏପର୍ୟ୍ୟନ୍ତ ଅସ୍ପଷ୍ଟ ରହିଛି ।

Leave A Reply

Your email address will not be published.