କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : କଣ୍ଟାବାଞ୍ଜି ରେଲୱେ ଖେଳପଡ଼ିଆ ଠାରେ ଚାଲିଥିବା କଣ୍ଟାବାଞ୍ଜି ପ୍ରିମିୟର ଲିଗ୍ର ପ୍ରଥମ ଯୋଗ୍ୟତା ମ୍ୟାଚ୍ କଣ୍ଟାବାଞ୍ଜି ପ୍ରଭାତ କ୍ଲବ ଏବଂ ସାହାରା କ୍ଲବ ମଧ୍ୟରେ ହୋଇଥିଲା । ଯେଉଁଥିରେ ପ୍ରଭାତ କ୍ଲବ ପ୍ରଥମେ ବ୍ୟାଟିଂ କରି ୨୦ ଓଭର୍ରେ ସାହାରା କ୍ଲବକୁ ୧୭୧ ରନ୍ର ବିଜୟ ଲକ୍ଷ୍ୟ ଦେଇଥିଲା କିନ୍ତୁ ସାହାରା କ୍ଲବ ୨୦ ଓଭରରେ ୮ ୱିକେଟ୍ ହରାଇବା ପରେ ମାତ୍ର ୧୪୫ ରନ୍ ସ୍କୋର କରିପାରିଥିଲା । ଏହି ବିଜୟ ସହ ପ୍ରଭାତ କ୍ଳବ୍ ଫାଇନାଲରେ ପ୍ରବେଶ କରିଛି । ଏହି ମ୍ୟାଚରେ ପ୍ରଭାତ କ୍ଲବ ଅଧିନାୟକ ଅମିତ ଜୁଇଡ ମ୍ୟାନ ଅଫ ଦି ମ୍ୟାଚ୍ ହୋଇଥିଲେ । ଅମିତ୍ ୪ ଓଭର୍ରେ ମାତ୍ର ୧୫ ରନ୍ ଦେଇ ଗୁରୁତ୍ୱପୂର୍ଣ୍ଣ ୪ ୱିକେଟ୍ ନେଇଥିଲେ । ଏହି ମ୍ୟାଚ୍ରେ ମୁଖ୍ୟ ଅତିଥିଭାବେ ଓଡ଼ିଶା କ୍ରିକେଟ ସଂଘ ଉପସଭାପତି ଭୈରବ ସାହୁ ଯୋଗଦେଇଥିଲେ ।
Next Post