ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନାକଟିଦେଉଳ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଠାରେ ଏକ ‘ଦୁଗ୍ଧ ଶୀତଳୀକରଣ କେନ୍ଦ୍ର’ ଉଦ୍‌ଘାଟିତ ହୋଇଯାଇଛି । ଦୁଗ୍ଧ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ମଙ୍ଗଳବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଉଦ୍‌ଘାଟନ କରିଛନ୍ତି । ଶ୍ରୀ ପ୍ରଧାନ ଏହି ଅବସରରେ କହିଛନ୍ତି ସମ୍ବଲପୁର ଜିଲ୍ଲାରେ ଦୁଗ୍ଧ ଚାଷର ଅନେକ ସମ୍ଭାବନା ଅଛି । ଏହି ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ନିର୍ମାଣ ପାଇଁ ମୋଟ ୪୦ ଲକ୍ଷ ଟଙ୍କା ନିବେଶ କରାଯାଇଛି ଏବଂ ଦୈନିକ ମୋଟ ୨୦୦୦ ଲିଟର ଦୁଗ୍ଧ ସଂଗ୍ରହର ବ୍ୟବସ୍ଥା କରାଯାଇଛି । ଲୋକାର୍ପିତ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ଦ୍ଵାରା ଅଞ୍ଚଳବାସୀ ବିଶେଷ ଭାବରେ ଛାତ୍ରଛାତ୍ରୀମାନେ ପୁଷ୍ଟିକର କ୍ଷୀର ପାଇପାରିବେ । ରୋଜଗାରର ଏକ ମାଧ୍ୟମ ଭାବେ ଦୁଗ୍ଧ ଚାଷୀମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ ହେବ । ଆଜିର ପଦକ୍ଷେପ ସମ୍ବଲପୁର ଜିଲ୍ଲାରେ ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ସହ ଏହି ବର୍ଗର ଚାଷୀଙ୍କ ଆର୍ଥିକ ସମ୍ବଳକୁ ସଶକ୍ତ କରିବ ।

Leave A Reply

Your email address will not be published.