ସୁନ୍ଦରଗଡ଼, (ସସ୍ମିତା ପ୍ରଧାନ) : ସ୍ଥାନୀୟ ସଂସ୍କୃତି ଭବନ ଠାରେ ଆଜି ପି ଏମ କିଶାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମର ସିଧା ପ୍ରସାରଣ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ କିଶାନ ସମ୍ମାନନିଧି ଅନ୍ତର୍ଗତ ଯୋଗ୍ୟ ବିବେଚିତ କୃଷକ ମାନଙ୍କୁ ୧୯ତମ କିସ୍ତି ଡି ବି ଟି ମାଧ୍ୟମରେ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଅଛି । ବିହାରର ଭାଗଲପୁର୍ ଅଞ୍ଚଳରେ ହେଉଥିବା ଏହି କାର୍ଯ୍ୟକ୍ରମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇ ଚାଷୀ ମାନଙ୍କୁ ପି ଏମ୍ କିଶାନ ସମ୍ମନନିଧି ଅନ୍ତର୍ଗତ ୧୯ତମ କିସ୍ତି ଡି ବି ଟି ମାଧ୍ୟମରେ ହସ୍ତାନ୍ତର କରିଥିଲେ । ଆଜି କୁ ୬ ବର୍ଷ ପୂର୍ବେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୃଷକ ମାନଙ୍କ ସଶକ୍ତିକରଣ ନିମନ୍ତେ ଏହି ଯୋଜନାର ଶୁଭାରମ୍ଭ କରିଥିଲେ ଏବଂ ଏହାକୁ ସଫଳତାର ସହ କାର୍ଯ୍ୟକାରୀ ମଧ୍ୟ କରାଯାଇଅଛି । ଏହି ଯୋଜନା ଅନ୍ତର୍ଗତ ଚାଷୀ ମାନଙ୍କୁ ସିଧା ସଳଖ ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ବାର୍ଷିକ ୬୦୦୦ ଟଙ୍କା ହସ୍ତାନ୍ତର କରାଯାଉଅଛି । ସେହିଭଳି ସୁନ୍ଦରଗଡ଼ ଜିଲ୍ଲାରେ ୧,୮୮,୩୧୨ ଜଣ ହିତାଧିକାରୀ ମାନଙ୍କୁ ଆଜି ଏହି ୧୯ତମ ପି ଏମ କିଶାନ ସମ୍ମାନନିଧି ଅନ୍ତର୍ଗତ ଅନୁଦାନ ପ୍ରଦାନ କରାଯାଇଅଛି । ସଂସ୍କୃତି ଭବନ ଠାରେ ଆୟୋଜିତ ଆଜିର ଏହି କାର୍ଯ୍ୟକ୍ରମରେ ମାନ୍ୟବର କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ଚାଷୀ ଭାଇ ଭଉଣୀ ମାନଙ୍କୁ ଉଦ୍ବୋଧନ ଦେଇଥିଲେ । କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ, ରଘୁନାଥପାଲି ଦୁର୍ଗା ଚରଣ ତନ୍ତୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ କୁନ୍ତୀ ପ୍ରଧାନ, ସୁନ୍ଦରଗଡ଼ ପୌର ପରିଷଦର ଅଧ୍ୟକ୍ଷା ତନୟା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରବି ନାରାୟଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ଅଭିମନ୍ୟୁ ମାଝୀ, ପି ଏ, ଆଇ ଟି ଡି ଏ ଧୀରେନ୍ଦ୍ର ସେଠୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହରିହର ନାୟକ, କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ଡ଼ . ଲକ୍ଷ୍ମୀପ୍ରିୟା ପ୍ରଧାନ, ଓ ୟୁ ଏ ଟି ର ପ୍ରଫେସର୍ ଏମ ପି ନାୟକ, ଡି ଆଇ ଓ , ଏନ ଆଇ ସି କାନ୍ଦ୍ରା ହେମ୍ବ୍ରମ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ବିଭିନ୍ନ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ବିଭାଗୀୟ ଷ୍ଟଲ ଗୁଡ଼ିକୁ ଅତିଥି ମାନେ ଉଦ୍ଘାଟନ କରିବା ସହିତ ଷ୍ଟଲ ବୁଲି ଦେଖିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ବ୍ଲକ ରୁବହୁ ସଂଖ୍ୟା ରେ ଚାଷୀ ଭାଇଭଉଣୀ ମାନେ ଯୋଗ ଦେଇଥିଲେ ଏବଂ ଏବଂ ବିହାରର ଭାଗଲପୁର ଠାରେ ହେଉଥିବା ପି ଏମ କିଶାନ ସମ୍ମାନ ସମାରୋହ କାର୍ଯ୍ୟକ୍ରମ ର ସିଧା ପ୍ରସାରଣ ଆଭାସି ମାଧ୍ୟମରେ ଦେଖିଥିଲେ । ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ଜିଲ୍ଲାର ଚାଷୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଙ୍ଗରପାଲି ବ୍ଲକର ସଫଳ ଛତୁ ଚାଷୀ ଏବଂ ଜିଆ ଖତ ଚାଷ କରୁଥିବା କେତକୀ କାଲୋ, ବାଲିଶଙ୍କରା ବ୍ଲକର ମାଛ ଜାଆଁଳା ଉତ୍ପାଦନ ନିମନ୍ତେ ଚାଷୀ ପଦ୍ମିନୀ କଛାର, ସଦର ବ୍ଲକର ଗୋ- ପାଳକ ବବିତା ଯାଦବ, କୁଆଁରମୁଣ୍ଡା ବ୍ଲକର ଚାଷୀ ଯିଏକି ଶ୍ରୀ ଅନ୍ନ ଏବଂ ଅବହେଳିତ ଫସଲର ବୀଜ ସଂରକ୍ଷଣ କରୁଥିବା ଚାଷୀ ଯକ୍ରିଆସ କଣ୍ଡୁଲନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭାଗଲପୁର ଠାରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମଗ୍ର ଦେଶରୁ ପ୍ରାୟ ଅଢେ଼ଇ କୋଟି କୃଷକ ଉଭୟ ଶାରିରୀକ ଏବଂ ଆଭାସି ମାଧ୍ୟମରେ ଅଂଶ ଗ୍ରହଣ କରିଥିଲେ ।