ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ମାଣ୍ଡୋସିଲ ପଞ୍ଚାୟତ ଭୂତମୁଣ୍ଡାରେ ଚାଲିଥିବା ୫ତମ ଜୟ ବୁଢ଼ାରଜା କ୍ରିକେଟ୍ କପରେ ଚତୁର୍ଥ ଦିନରେ ୫ଟି ମ୍ୟାଚ ଖେଲାଯାଇଛି । ପ୍ରଥମ ମ୍ୟାଚ ଧାରୋଲ ଓ ବରତୁଣ୍ଡା ମଧ୍ୟରେ ବରତୁଣ୍ଡା ବିଜୟୀ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ସାଇପଲା ଓ ବରତୁଣ୍ଡା ମଧ୍ୟରେ ବରତୁଣ୍ଡା ବିଜୟୀ ହୋଇଥିଲା । ତୃତୀୟ ମ୍ୟାଚରେ ଝିଟିକି ଓ ମାଣ୍ଡୋସିଲ ମଧ୍ୟରେ ମାଣ୍ଡୋସିଲ ବିଜୟୀ ହୋଇଥିଲା । ଚତୁର୍ଥ ମ୍ୟାଚରେ ପତ୍ରାଗୁଡା ଓ ମାଣ୍ଡୋସିଲ ମଧ୍ୟରେ ମାଣ୍ଡୋସିଲ ବିଜୟୀ ହୋଇଥିଲା । ପଞ୍ଚମ ମ୍ୟାଚରେ ବରତୁଣ୍ଡା ଓ ମାଣ୍ଡୋସିଲ ମଧ୍ୟରେ ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ମାଣ୍ଡୋସିଲ ବିଜୟୀ ହୋଇ ସେମିଫାଇନାଲ ପ୍ରବେଶ କରିଛି । ଯଦୁମଣି ମାଝୀ, ଆକାଶ ମାଝୀ ଓ ଜୟକାନ୍ତ ମାଝୀ ଖେଳ ପରିଚାଳନା କରିଥିଲେ । ଆଶିଷ କୁମାର ସାହୁ ସ୍କୋରର ଥିବା ବେଳେ ସୌମ୍ୟରଞ୍ଜନ ମହାନ୍ତି ଧାରାବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣୀ ଉତ୍ସବରେ ସ୍ୱତନ୍ତ୍ର ଅତିଥି ଭାବରେ ମାଣ୍ଡୋସିଲର ବିଶିଷ୍ଟ ସମାଜସେବୀ ମହେନ୍ଦ୍ର କୁମାର ଖୁଣ୍ଟିଆ ଓ ସମ୍ମାନିତ ଅତିଥି ଭାବରେ ମାଣ୍ଡୋସିଲର ସମିତି ସଭ୍ୟ ଗୁଲାମରସୁଲ ରଙ୍ଗରେଜ, ମିହିର ମହାନ୍ତି, ଅଜିତ ପ୍ରଧାନ, ଭଗବାନ ମାଝୀ, ସନ୍ତୋଷ ପ୍ରଧାନ ଯୋଗଦେଇ ପୁରସ୍କୃତ କରିଥିଲେ । ନୂତନ ନାଗ, ଆଦର୍ଶ ବିଶ୍ୱାଳ, ଆକାଶ ସାହୁ, ସୌରଭ ପଟେଲ, ପିଣ୍ଟୁ ଧରୁଆ, ଗୌରବ ମାଝୀ, କ୍ରିଷ୍ଣା ପ୍ରଧାନ, ପପୁ ମାଝୀ ପ୍ରମୁଖ ପରିଚାଳନା ସହଯୋଗ କରିଥିଲେ ।