ସ୍ୱାମୀ ବିବେକାନନ୍ଦ ଜ୍ଞାନ ମନ୍ଦିରର ୨୬ତମ ବାର୍ଷିକୋତ୍ସବ

  • ଭଲ ମଣିଷ ହେବା ଆଜିର ଆହ୍ୱାନ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ବ୍ରହ୍ମପୁର ସହର ଉପକଣ୍ଠ ସ୍ଥିତ ଭାବିନୀପୁର ବିବେକାନନ୍ଦ ଜ୍ଞାନ ମନ୍ଦିରର ୨୬ ତମ ବାର୍ଷିକ ଉତ୍ସବ ପରିଚାଳନା କମିଟିର ପ୍ରତିଷ୍ଠାତା ସଭାପତି ରାଜେନ୍ଦ୍ର କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବରିଷ୍ଠ ସାମ୍ୱାଦିକ ତଥା ନବୀନର ସଂପାଦକ ରବି ରଥ ମୁଖ୍ୟଅତିଥି ରୂପେ ଯୋଗଦେଇ ଅନୁଷ୍ଠାନଟି ଦୀର୍ଘ ୨୬ ବର୍ଷ ହେଲା ନିଜର ସ୍ୱାତନ୍ତ୍ର୍ୟ ବଜାୟ ରଖି ଶିକ୍ଷାଦାନ କରି ଚାଲିଥିବା ପରିପ୍ରେକ୍ଷୀରେ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିବା ସହ ଏଭଳି ଅନୁଷ୍ଠାନ ମଣିଷ ତିଅରେି କାରଖାନା ବୋଲି ପ୍ରକାଶ କରିଥିଲେ । ମୁଖ୍ୟବକ୍ତା ରୂପେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ବରିଷ୍ଠ ଶିକ୍ଷକ ନେତା କାମରାଜୁ ମହାରଣା ଯୋଗଦେଇ ଛାତ୍ରଛାତ୍ରୀମାନେ ପଞ୍ଚଦେବ ମାତାପିତା, ଶିକ୍ଷକ, ଆଚାର୍ଯ୍ୟ ଓ ଅତିଥିମାନଙ୍କୁ ଭକ୍ତି ଓ ସମ୍ମାନ ପ୍ରଦର୍ଶନ କରି ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।
ସମ୍ମାନିତ ଅତିଥି ରୂପେ ଉମାଚରଣ ମିଶ୍ର ଓ ଅବସରପ୍ରାପ୍ତ ବରିଷ୍ଠ ଅଧିକାରୀ କାଳିନ୍ଦୀ ଚରଣ ନାୟକ ଯୋଗଦେଇ ବିଦ୍ୟା ହିଁ ଶ୍ରେଷ୍ଠ ଧନ ଏବଂ ଏହି ଧନକୁ ଅର୍ଜନ କରିବା ପାଇଁ ଅହ୍ୱୋନ ଦେଇଥିଲେ । ପରିଚଳନା କମିଟିର ଉପସଭାପତି ସୁବାଷ ଚନ୍ଦ୍ର ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ପ୍ରଦୀପ ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ସଦସ୍ୟ ସନ୍ତୋଷ କୁମାର ରାଉତ ଉପସ୍ଥିତ ଥିଲେ । ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥି ବୃନ୍ଦ ପୁରସ୍କାର ଓ ପ୍ରମାଣପତ୍ର ବିତରଣ କରିଥିଲେ । ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଉପସ୍ଥିତ ଅଭିଭାବକ ବୃନ୍ଦ ଓ ଜନସାଧାରଣ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଭରପୂର ଉପଭୋଗ କରିଥିଲେ ।

Leave A Reply

Your email address will not be published.