ଛତ୍ରପୁରର ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଏସ୍.ଟି.ପାୱଲ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ସମ୍ପନ୍ନ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅନ୍ୟତମ ଅଗ୍ରଣୀ ଇଂରାଜୀ ମାଧ୍ୟମ ବିଦ୍ୟାଳୟଏସ୍.ଟି.ପାୱଲ୍ ସ୍କୁଲର ଦ୍ୱିତୀୟ ବାର୍ଷିକ ଉତ୍ସବ ବର୍ଣ୍ଣାଢ଼୍ୟ ସମାରୋହରେ ସମ୍ପନ୍ନ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଶନିବାର ଆୟୋଜିତ ଏହି ଉତ୍ସବରେ ଅନୁଷ୍ଠାନର କୁନିକୁନି ଛାତ୍ରଛାତ୍ରୀମାନେ ମଞ୍ଚ ଉପରେ ଚିତ୍ତାକର୍ଷକ ଅଭିନୟ ପ୍ରଦର୍ଶନ କରିଥିଲେ । ସ୍କୁଲ ଅଧ୍ୟୟନରତ ବିଦ୍ୟାର୍ଥୀଙ୍କ ଅଭିଭାବକଗଣ ଏବଂ ଅଗଣିତ ଦର୍ଶକଙ୍କୁ ଚିତ୍ତାକର୍ଷକ ସମ୍ମିଳିତ ନୃତ୍ୟ ପରିବେଷଣରେ ବେଶ ଆକର୍ଷିତ କରି ମୁଗ୍ଧ କରିଦେଇଛି । ଛାତ୍ରଛାତ୍ରୀମାନେ ସମ୍ବଲପୁରୀ, ଓଡ଼ିଶୀ ନୃତ୍ୟ, ଫେନ୍ସି-ଡେନ୍ସ ଆଦି ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତିଯୋଗିତା ସ୍ୱରୂପ ପରିବେଷିତ ହୋଇ ଅନୁଷ୍ଠାନ ନିଜେ ଲୋକପ୍ରିୟତା ଆଣିଥିଲା । ଅନୁଷ୍ଠାନର ଅଧ୍ୟକ୍ଷା ଏମ୍. ସୀତାମ୍ମା ସ୍ଵାଗତ ଭାଷଣ ଦେଇଥିବା ବେଳେ ସ୍କୁଲ ନିର୍ଦ୍ଦେଶକ ପ୍ରେମାନନ୍ଦ ଗୌଡ଼ ଅନୁଷ୍ଠାନର ମହତ୍ତ୍ୱ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଛତ୍ରପୁର ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷା ସସ୍ମିତା ସାମନ୍ତରାୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ଶିଶୁ ସଂସାର କାର୍ଯ୍ୟକ୍ରମର ଆୟୋଜନରେ ଖୁସିବ୍ୟକ୍ତ କରିଥିଲେ ଏବଂ କୁନି କୁନି ବିଦ୍ୟାର୍ଥୀଙ୍କୁ ପୁରସ୍କାର ବିତରଣ କରି ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଭବିଷ୍ୟ ମାର୍ଗଦର୍ଶିକା ସଂଗଠନ ପକ୍ଷରୁ ନିଶାନ୍ତ ମୁଣ୍ଡ ମୁଖ୍ୟବକ୍ତା ଭାବେ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ । ଇଣ୍ଡିଆନ୍ ବ୍ୟାଙ୍କ ଛତ୍ରପୁର ଶାଖାର ବରିଷ୍ଠ ପରିଚାଳକ କୈଳାଶ ଚନ୍ଦ୍ର ବେହେରା, ଶିକ୍ଷା ସଂଗଠନର କ୍ଷେତ୍ର ପରିଚାଳକ ପ୍ରଶାନ୍ତ କୁମାର ନାୟକ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ମଞ୍ଚରେ କୁନି ପ୍ରତିଭାଙ୍କୁ ସମ୍ମାନୀତ କରିଥିଲେ ।

Leave A Reply

Your email address will not be published.