ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ଥାନା ଅଞ୍ଚଳରେ ଏକ ମହିଳାର ଫଟୋକୁ ସୋସିଆଲ ମିଡିଆ ୱାଟ୍ସଅପ ଓ ଫେସବୁକରେ ପୋଷ୍ଟ କରି ହଇରାଣ କରୁଥିବାରୁ ଜଣେ ଯୁବକକୁ କ. ନୂଆଗାଁ ପୋଲିସ ଜେଲ ହାଜତକୁ ପଠାଇଥିବା ଜଣାପଡ଼ିଛି । ଆଦିବାସୀ ବହୁଳ କନ୍ଧମାଳ ଜିଲ୍ଲାରେ ବିଭିନ୍ନ ମାଧ୍ୟମରେ ପ୍ରଶାସନ ଓ ପୁଲିସ ବିଭାଗ ଦୀର୍ଘଦିନ ହେଲା ସଚେତନତା ମୂଳକ ଅଭିଯାନ ଚଳାଇ ଥିଲେ ମଧ୍ୟ ଏପରି ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ୩/୧୦/୨୩ ତାରିଖରେ ଟିକାବାଲି ଥାନା ଅଞ୍ଚଳର ପ୍ରକାଶ ନାୟକଙ୍କ ପୁଅ ରାଜେନ୍ଦ୍ର ନାୟକ (୨୮) ଜଣେ ଜୈନକ ଝିଅର ଆପତ୍ତି ଜନକ ଫଟୋ ମୋବାଇଲରେ ପୋଷ୍ଟ କରିଥିଲା ଫଲରେ ସେହି ଝିଅର ପରିବାର ପକ୍ଷରୁ କ.ନୂଆଗାଁ ଥାନାରେ ଏକ ଏତଲା ଦାଏର କରିଥିଲେ । ଏତଲାକୁ ଭିର୍ତ୍ତି କରି ତତ୍କାଳୀନ ଥାନା ଅଧିକାରୀ କୁମର ମୁଦୁଲି ତଦନ୍ତ ଭାର ଗ୍ରହଣ କରି ଏ ସକ୍ରାନ୍ତରେ ଥାନାରେ ଧାରା ୪୫୨,୨୯୪, ୩୪, ଆଇପିସି ସହିତ ୬୭ – ଇରେ କେଶ ନଂ ୧୩୪/୨୩ ଏକ ମାମଲା ରୁଜୁ କରି ଆସାମୀକୁ ଗିରଫ କରିବା ପାଇଁ ଅନୁସନ୍ଧାନ ଜାରି ରଖିଥିଲେ । ତେବେ ପୋଲିସ ତଦନ୍ତରେ ଜାଣିବାକୁ ପାଇଲେ ଯେ, ଏହି ଅବୈଧ କାର୍ଯ୍ୟରେ ଅନ୍ୟମାନେ ମଧ୍ୟ ସଂପୃକ୍ତ ଅଛନ୍ତି ଏବଂ ସେମାନଙ୍କୁ ଖୋଜୁଥିବା ବେଳେ ମୁଖ୍ୟ ଆସାମୀ ରାଜେନ୍ଦ୍ର ନାୟକକୁ ଏବେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ଅଶୋକ କୁମାର ହାଂସଦା ପ୍ରକାଶ କରିଛନ୍ତି ।
Prev Post
Next Post