ରାଉରକେଲା, (ସସ୍ମିତା ପ୍ରଧାନ) : ଚାନ୍ଦି ପୋଷ ଥାନା ଅନ୍ତର୍ଗତ ୧୪୩ ନଂ ଜାତୀୟ ରାଜପଥର କୁମାକେଲା ଓଭର ବ୍ରିଜ ତଳେ ଅଧା ପୋଡାଥିବା ଅବସ୍ଥାରେ ଏକ ଶବ ମିଳିବା ଘଟଣାକୁ ନେଇ ଚାନ୍ଦିପୋଷ ଥାନା ପୁଲିସକୁ ସଫଳତା ମିଳିଛି । ଏ ନେଇ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପ୍ରଭା ଶଙ୍କର ନାୟକ ଓ ବଣାଇ ଏସ୍ଡିପିଓ ସୋନାଲି ସିଂହ ପରମାରଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ମାମଲାର ତଦନ୍ତ କରି ମୋଟ ୬ଜଣଙ୍କୁ ଗିରଫ କରିବା ସହ ଘଟଣାରେ ଜଡ଼ିତ ଏକ ଇନୋଭା ଗାଡ଼ିକୁ ଜବତ କରିଛି । ଏ ନେଇ ଆୟୋଜିତ ଏକ ସାଂବାଦିକ ସମ୍ମିଳନୀରେ ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ମୁତାବକ ପଶୁମାର୍ଥି ଦୀପା ଏବଂ କୁତ୍ରା ଥାନା ଅନ୍ତର୍ଗତ ହୋଇଥିବା ଏକ ହତ୍ୟାରେ ମୃତକ ବିନୋଦ କୁମାର ଦାରୁକାଙ୍କୁ ହତ୍ୟା କରିବାରେ ଗିରଫ ୬ଜଣ ସାମିଲ ଥିଲେ । ଗିରଫ ୬ଜଣ ହେଉଛନ୍ତି ରାଧା ସ୍ୱାଇଁ, ମନୋଜ ଦାସ, ୟୁବରାଜ ପାଶୱାନ, ସୁରଜ କୁମାର ସିଂହ, ଭବେଶ ରାଜ ଚୌଧୁରୀ ଏବଂ ଶମ୍ଭୁ ମାହାତୋ । ପୁଲିସ ତଦନ୍ତ ମୁତାବକ କୁତ୍ରା ଥାନା ଅନ୍ତର୍ଗତ ମୃତକ ବିନୋଦ ଜଣେ ବ୍ୟବସାୟୀ ଥିଲେ । ତାଙ୍କ କାର୍ଯ୍ୟାଳୟରେ ତିନୋଟି ସନ୍ତାନର ମାତା ପଶୁମାର୍ଥି ନାମକ ଜଣେ ମହିଳା ସହାୟକଭାବେ କାର୍ଯ୍ୟକରୁଥିଲେ । ଗିରଫ ମୁଖ୍ୟ ଅଭିଯୁକ୍ତ ରାଶା ସ୍ୱାଇଁ ମୃତକ ପଶୁମାର୍ଥିଙ୍କ ଭଉଣୀ ଏବଂ ସେ ବିନୋଦଙ୍କୁ ଅପରହରଣ କରି ଅର୍ଥ ଆଦାୟ ପାଇଁ ଯୋଜନା କରିଥିଲେ । ଏହି ଯୋଜନାରେ ପଶୁମାର୍ଥି ବାଧକ ହେବାର ସମ୍ଭାବନା ଥିବାରୁ ପ୍ରଥମେ ତାଙ୍କୁ ଅପହରଣ ଓ ପରେ ହତ୍ୟା କରାଯାଇଥିଲା । ହତ୍ୟା ପରେ ଧରାପଡ଼ିଯିବାର ଭୟ ଥିବାରୁ ତାଙ୍କ ମୃତଶରୀରକୁ ପୋଡ଼ିବା ପାଇଁ ଉଦ୍ୟମ କରି ଦରପୋଡ଼ା ଅବସ୍ଥାରେ ଛାଡ଼ି ଦିଆଯାଇଥିଲା । ଏହାପରେ ପଶୁମାର୍ଥିଙ୍କ ନିଖୋଜ ସମ୍ପର୍କରେ ବିନୋଦ ଜାଣିବା ପରେ କୌଶଳ କ୍ରମେ ରାଧା ତାଙ୍କୁ ନିଜ ଜାଲରେ ଫସାଈ ଅପହରଣ ଓ ପରେ ହତ୍ୟା କରିଥିଲେ ।ଏଥିରେ ଅନ୍ୟ ୫ଜଣ ସହଯୋଗ କରିଥିଲେ । ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି ।
Prev Post