ସିଟିକ୍ୱେଷ୍ଟ : ଭାରତର ରଙ୍ଗ

  • ଏକ କାର୍ଡ ଖେଳ ଭାରତର ସହରାଞ୍ଚଳ ବିକାଶକୁ ଜୀବନ୍ତ କରିଥାଏ
  • ଫେବୃଆରି ୧୫ ସୁଦ୍ଧା ସିଟିକ୍ୱେଷ୍ଟ ପାଇଁ ୧୯୨୦ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି

ନୂଆଦିଲ୍ଲୀ, (ପିଆଇବି) : ୱେଭ୍ସ ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ ହେଉଛି ଏକ ଅଭିନବ ଶିକ୍ଷାଗତ ଖେଳ ଯାହା ମନୋରଞ୍ଜନ ଏବଂ ଆକର୍ଷଣୀୟ ଅନୁଭୂତି ମାଧ୍ୟମରେ ଭାରତର ସହରୀ ବିକାଶକୁ ଜୀବନ୍ତ କରିଥାଏ । ସହରାଞ୍ଚଳ ଯୋଜନା ପାଇଁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରିକଳ୍ପନା ଅନୁଯାୟୀ ଡିଜାଇନ୍ କରାଯାଇଥିବା ଏହି ଗେମ୍ ନୀତି ଆୟୋଗ ଦ୍ୱାରା ସ୍ଥିର କରାଯାଇଥିବା ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ବିଷୟରେ ଖେଳାଳିମାନଙ୍କୁ ଶିକ୍ଷିତ କରିଥାଏ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସହଯୋଗରେ ଇ-ଗେମିଂ ଫେଡେରେସନ୍ (ଇଜିଏଫ୍) ଦ୍ୱାରା ବିକଶିତ ଏହି କାର୍ଡ ଆଧାରିତ ଖେଳ ପ୍ରତିଯୋଗୀମାନଙ୍କୁ ପରିମଳ, ସ୍ୱାସ୍ଥ୍ୟସେବା, ଶିକ୍ଷା ଏବଂ ଭିତ୍ତିଭୂମି ଭଳି ପ୍ରମୁଖ ବିକାଶ ସୂଚକାଙ୍କ ଆଧାରରେ ଦେଶର ୫୬ଟି ସହରକୁ ତୁଳନା କରିବାକୁ ସୁଯୋଗ ଦେଇଥାଏ । ସହରର ଶକ୍ତି ଆଧାରରେ ପଏଣ୍ଟ ଅର୍ଜନ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରି ଅଂଶଗ୍ରହଣକାରୀମାନେ ସହରାଞ୍ଚଳର ଆହ୍ୱାନ ଏବଂ ପ୍ରଗତି ବିଷୟରେ ବୁଝିବା ସହିତ ପିଲାଦିନର ଟ୍ରମ୍ପ କାର୍ଡ ଖେଳର ସ୍ମୃତିକୁ ମଧ୍ୟ ତାଜା କରନ୍ତି । ୨୦୨୫ ଫେବୃଆରି ୧୫ ସୁଦ୍ଧା ସିଟିକ୍ୱେଷ୍ଟ ପାଇଁ ୧୯୨୦ ଜଣ ପ୍ରତିଯୋଗୀ ପଞ୍ଜୀକରଣ କରିଛନ୍ତି । ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମିଟ୍ (ୱେଭ୍ସ) ଅଧୀନରେ ଏକ ପ୍ରମୁଖ ପଦକ୍ଷେପ ‘କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜ୍’ର ଏକ ପ୍ରମୁଖ ଉପାଦାନ ହେଉଛି ‘ସିଟି କ୍ୱେଷ୍ଟ: ସେଡ୍ସ ଅଫ୍ ଭାରତ’ । ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟର ଏବଂ ଜିଓ ୱାର୍ଲ୍ଡ ଗାର୍ଡେନରେ ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ୱେଭ୍ସ ହେଉଛି ଏକ ଐତିହାସିକ ପ୍ଲାଟଫର୍ମ ଯାହା ଭାରତର ମିଡିଆ ଏବଂ ମନୋରଞ୍ଜନ (ଏମ୍‌ଆଣ୍ଡଇ) ଶିଳ୍ପକୁ ଅଧିକ ଉଚ୍ଚତାରେ ପହଞ୍ଚାଇବା ପାଇଁ ଡିଜାଇନ୍ କରାଯାଇଛି । ବ୍ରଡକାଷ୍ଟିଂ ଆଣ୍ଡ ଇନଫୋଟେନମେଣ୍ଟ, ଆନିମେସନ, ଭିଜୁଆଲ ଇଫେକ୍ଟସ, ଗେମିଂ, କମିକ୍ସ ଆଣ୍ଡ ଏକ୍ସଟେଣ୍ଡେଡ୍ ରିଆଲିଟି (ଏଭିଜିସି-ଏକ୍ସଆର), ଡିଜିଟାଲ ମିଡିଆ ଆଣ୍ଡ ଇନୋଭେସନ ଏବଂ ଫିଲ୍ମସ ଭଳି ଚାରିଟି ପ୍ରମୁଖ ସ୍ତମ୍ଭ ଉପରେ ନିର୍ମିତ । ଏହି ଚ୍ୟାଲେଞ୍ଜ ସ୍ତମ୍ଭ ୨: ଏଭିଜିସି-ଏକ୍ସଆର ଅଧୀନରେ ଆସୁଛି, ଯାହା ଇମର୍ସିଭ କାହାଣୀ ଏବଂ ଇଣ୍ଟରଆକ୍ଟିଭ୍ ଅନୁଭୂତି ଉପରେ ଆଧାରିତ । ସୃଜନଶୀଳତା ସହିତ ପ୍ରଯୁକ୍ତିବିଦ୍ୟାକୁ ମିଶ୍ରଣ କରି ଏହି ସ୍ତମ୍ଭ ଗେମିଂ, ଆନିମେସନ୍ ଏବଂ ବିସ୍ତାରିତ ବାସ୍ତବତାର ଉନ୍ନତିକୁ ଦର୍ଶାଏ । ୭୩,୦୦୦ରୁ ଅଧିକ ପଞ୍ଜୀକରଣ ସହିତ, କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜସ ସୃଜନଶୀଳତା ଏବଂ ଅଭିନବତାକୁ ପ୍ରୋତ୍ସାହିତ କରୁଛି ତଥା ବିଭିନ୍ନ ପୃଷ୍ଠଭୂମିରୁ ଆଶାୟୀ ଏବଂ ବୃତ୍ତିଗତ କ୍ରିଏଟରମାନଙ୍କୁ ଏକାଠି କରିଛି ।

Leave A Reply

Your email address will not be published.