କୋଭିଡ ଟୀକା ନେଲେ ସିଡିଏମଓ

ରାୟଗଡା : କୋଭିଡ ବିରୋଧରେ ଚାଲିଥିବା ଟୀକା ଅଭିଯାନରେ ସାମିଲ ହୋଇଛନ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତ୍ତବନ୍ଧୁ ନାୟକ । ନିଜେ ଟୀକା ନେଇ ସେ ଅନ୍ୟ ଅନ୍ୟମାନଙ୍କୁ ଉତ୍ସାହିତ କରିଛନ୍ତି । ରାୟଗଡ଼ା ଜିଲ୍ଲାରେ ୮୦୩୮ ଯୋଦ୍ଧାଙ୍କୁ ଟୀକା ଦେବା ପାଇଁ ଲକ୍ଷ୍ୟ ଥିବା ବେଳେ ଗତ ୩ ଦିନରେ ଟୀକା ନେଇଛନ୍ତି ୧୨୫୦ ଯୋଦ୍ଧା । ଆଗାମୀ ୨୫ ତାରିଖ ସୁଦ୍ଧା ଅନ୍ୟ ସମସ୍ତ ଯୋଦ୍ଧାଙ୍କୁ ଶତ ପ୍ରତିଶତ ଟିକାକରଣ ପାଇଁ ଉଦ୍ୟମ ଚାଲିଥିବା କହିଛନ୍ତି ସିଡିଏମ୍‌ଓ ।

Leave A Reply

Your email address will not be published.

error: Content is protected !!