ବିଜୁ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ପାଇଁ ପ୍ରସ୍ତୁତି କାଳୀନ ବୈଠକ :

ରାଉରକେଲା, (ସସ୍ମିତା ପ୍ରଧାନ) : ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ଆନୁକୂଲ୍ୟରେ ଆସନ୍ତା ମାର୍ଚ୍ଚ ୫ ତାରିଖ ପ୍ରବାଦ ପୁରୁଷ କଳିଙ୍ଗ ବୀର ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ, ଓ ସଂସ୍କୃତିକ ମହୋତ୍ସବ ୨୦୨୫ ପାଇଁ ଏକ ପ୍ରସ୍ତୁତି କାଳୀନ ବୈଠକ ସ୍ଥାନୀୟ, ଆଇଡିଏଲ ସମାଜ ମଙ୍ଗଳ କେନ୍ଦ୍ର ପରିସରରେ ଅନୁଷ୍ଟାନର ସଂପାଦକ ତଥା ସମାଜସେବୀ ଅରୁଣ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ଛାତ୍ର ଛାତ୍ରୀ, କଳାକାର ମାନଙ୍କୁ ନେଇ ଚିତ୍ରାଙ୍କନ, ବକ୍ତୃତା, ଓଡ଼ିଶୀ, ସମ୍ବଲପୁରୀ ଦେଶାତ୍ମବୋଧକ ସଙ୍ଗୀତ, ପ୍ରତିଯୋଗିତା ଅନୁଷ୍ଟିତ ହେବା ପାଇଁ ନିଷ୍ପତି ନିଆଗଲା ଏବଂ ମିଉଜୀକ ଚେୟାର. ସହିତ ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀ ପ୍ରତି ଯୋଗିତା କରାଯିବ । ବିଚାରକ ମଣ୍ଡଳୀଙ୍କ ନିଷ୍ପତ୍ତି ଅନୁଯାୟୀ କୃତ୍ତି ପ୍ରତିଯୋଗୀ ମାନଙ୍କୁ ସଭା ମଞ୍ଚରେ ପ୍ରମାଣ ପତ୍ର ସହିତ ପୁରସ୍କୃତ କରାଯିବ । ଅନ୍ୟମାନଙ୍କ ମଧ୍ୟରେ ମୁରଲିଧର ଦାସ, ମାଷ୍ଟର ଆଛୁ ପ୍ରଧାନ, ଅଲେଖ ସାହାଣୀ, ଅନ୍ତର୍ଯ୍ୟାମୀ ବେଉରା, ରବର୍ଟ ହାଇଫିଲ, ଝାନ ମୁର୍ମୁ, ଭ୍ରମରବର ମହାଖୁଡ, ଆଇନୀଜିବି ଆରତୀ ଚୌଧୁରୀ, ପରମାନନ୍ଦ ବେହେରା, କୈଳାସ ଚନ୍ଦ୍ର ମଲ୍ଲିକ, ହରିହର ବେହେରା, ସୁନିତା ପରିଡା, ବିଶ୍ଵନାଥ ପଟ୍ଟନାୟକ ଉମା ନାୟକ, ବାଦଲ ପଣ୍ଡା, ଭଗବାନ ସାହୁ, ରାମ ଚନ୍ଦ୍ର ସାମଲ , ଜୟନ୍ତ୍ କୁମାର ଦାସ, ସୁରଥ ପରିଡା, କାଳନ୍ଦୀ ଚରଣ ମଲ୍ଲିକ, ଓ ସନାତନ ବାରିକ ପ୍ରମୁଖ ବିଜୁ ପଟ୍ଟନାୟକ ଜୟନ୍ତୀ ଓ ସାଂସ୍କୃତିକ ମହୋତ୍ସବ ରଙ୍ଗାରଙ୍ଗ କରିବାପାଇଁ ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥଲେ । ଏହି ପ୍ରସ୍ତୁତି ବୈଠକରେ ସମାଜସେବୀ, ଶିକ୍ଷାବିତ୍ ସ୍ଥାନୀୟ ଅଂଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତଥା ବିଶିଷ୍ଟ କଳାକାର ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.