oom

ପାନପୋଷ ସାଙ୍ଗଠନିକ ଜିଲ୍ଲା ତରଫରୁ ବିଜୟ ଉତ୍ସବ ପାଳିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ଚଳିତ ବର୍ଷ ଦିଲ୍ଲୀ ବିଧାନ ସଭା ନିର୍ବାଚନର ଭୋଟ ଗଣତିରେ ବିଜେପି ପ୍ରଚଣ୍ଡ ବିଜୟ ଲାଭ କରିଥିବାରୁ ବିଜେପି ମହଲରେ ଆନନ୍ଦର ଲହରୀ ଖେଳି ଯାଇଛି । ଆଜି ପାନପୋଷ ସାଙ୍ଗଠନିକ ଜିଲ୍ଲା ତରଫରୁ ରାଉଲକେଲା ସେକ୍ଟର ୧୯ ସ୍ଥିତ ଆମ୍ବାଗନ୍ ଛକ ଠାରେ ବିଜୟ ଉତ୍ସବ ସନ୍ଧ୍ୟା ୬.୩୦ ଘଟିକା ସମୟରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ନେତୃତ୍ୱରେ ପାଳନ କରାଯାଇଥିଲା । କର୍ମୀମାନେ ବାଣ ଫୁଟାଇ, ବାଜା ବଜାଇ, ଲଡୁ ବଣ୍ଟନ କରି ଆନନ୍ଦ ଉଲ୍ଲାସରେ ବିଭୋର ହୋଇଥିଲେ । ବିଜେପିର ବିଜୟରେ ସମଗ୍ର ଭାରତରେ ଆନନ୍ଦର ଲହରୀ ବିଜେପି ମହଲରେ ଦେଖାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ପୂର୍ବତନ ବିଧାୟକ ଶଙ୍କର ଓରାମ, ସରୋଜ ଦାସ, ଭ୍ରମରବର ବେହେରା, ମଳୟ ମହାପାତ୍ର, ପ୍ରମିଳା ଦାଶ, ଅଶୋକ ଲେଙ୍କା, ଆଶା ନାଇଡୁ, ଅଜୟ କଂସାରୀ, ପ୍ରବାଳ ରଞ୍ଜନ ବାରିକ, ଗୁର୍ବିନ୍ଦର ସିଂ, ଅକ୍ଷୟ ଦାଶ, ଜିତେନ୍ ମହାନ୍ତି, ଦୋଳଗୋବିନ୍ଦ ଦାସ, କେଦାର ମହାନ୍ତି, ମନୋଜ ପଟ୍ଟନାୟକ, ସତ୍ୟ ସାହୁ, ସୂର୍ଯ୍ୟ ସାହୁ, ପ୍ରଶାନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ ପାଢ଼ୀ, କୈଳାଶ ତନ୍ତୀ, ନମ୍ରତା ବାଗ, ଗୌତମ ବାଡ଼ା, ପ୍ରତିମା ରାଉତ, ଅନନ୍ତ ଦାସ, ହେମନ୍ତ ଜେନା, ହିରୋଜ୍ ରାୟ, ଶେଖ୍ ମୁଜାହିଦ, ସୁଦାମ ସାହୁ, ରାଜେଶ ପ୍ରସାଦ ହମିରମ୍ ରାୟ, ଦୂର୍ଗା ପଟ୍ଟନାୟକ, ବଳରାମ ସମଦି, ଗଦୂ ବାଗ, ରିତା ସିଂ, ଦୁର୍ଗୀ ସାହୁ, ଜ୍ୟୋତିର୍ମୟୀ ଷଡ଼ଙ୍ଗୀ, ବନ୍ଦିତା ମହାନ୍ତ, ସୁନୀତା ମୋହିନୀ, ରାୟ, ପ୍ରତିଭା ସାହୁ, ପ୍ରକାଶ ମୋହିନୀ, ଅମୃତଳାଲ ଓରାମ, ପ୍ରଶାନ୍ତ ରାଉତ, ରଞ୍ଜିତା କିସ୍ ପଟ୍ଟା, ରାଜୁ ସିଂ, ଧନେଶ୍ଵର ତରାଇ, ପ୍ରଭାସ ସାମଲ, ବୀରେନ ପତି, ଜିତେନ୍ଦ୍ର ସିଂ, ରାଜେଶ ସିଂ ସହିତ ବହୁ କର୍ମୀ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ।

jittmm
Leave A Reply

Your email address will not be published.