ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ମହାବିଦ୍ୟାଳୟ ରାଉରକେଲାର ଇତିହାସ ବିଭାଗ ଆନୁକୂଲ୍ୟର “ଅସହଯୋଗ ଆନ୍ଦୋଳନ ଓ ତହିଁରେ ଓଡ଼ିଶାର ଭୂମିକା” ଶୀର୍ଷକ ଏକ ବିଭାଗୀୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ରବିନ୍ଦ୍ର କୁମାର ଜେନାଙ୍କ କରକମଳରେ ଆଲୋଚନା ଚକ୍ର ଉଦ୍ଘାଟିତ ହୋଇଥିଲା । ଛାତ୍ର ବିରଞ୍ଚି ବାରିକ ଓ ସାଥୀ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ଏଥିରେ ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ତଥା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ସୁଜାତା ପ୍ରଧାନ ଯୋଗଦେଇ ଆଲୋଚ୍ୟ ବିଷୟବସ୍ତୁ ଉପରେ ସବିଶେଷ ଆଲୋଚନା କରିଥିଲେ । ପରେ ଅଧ୍ୟକ୍ଷ ଶ୍ରୀ ଜେନା ଆଲୋଚନା ବିଷୟ ଉପରେ ନିଜର ସାରଗର୍ଭକ ବକ୍ତବ୍ୟ ଦେଇ ଶ୍ରୋତାଙ୍କୁ ସ୍ତମ୍ଭୀଭୂତ କରିଥିଲେ । ଇତିହାସ ବିଭାଗର ବର୍ତ୍ତମାନ ମୁଖ୍ୟ ତରଣୀ ନାୟକ ବିଷୟର ଗାମ୍ଭୀର୍ଯ୍ୟ ଓ ଆଜିର ଦିନରେ ଏହାର ଗୁରୁତ୍ଵ ଉପରେ ଟିପ୍ପଣୀ କରିଥିଲେ । କାର୍ଯ୍ୟକ୍ରମର ପରିଚାଳନା ଦାୟିତ୍ଵ ବିଭାଗର ଅନ୍ୟତମ ସଦସ୍ୟ ସୁଶ୍ରୀ ଡ଼ଃ ଗୌରୀ ମାଝୀ ତୁଲାଇଥିଲେ । ପରିଶେଷରେ ବିଭାଗର ଅନ୍ୟତମ ଅଧ୍ୟାପିକା ସ୍ଵାତୀସ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଆଲୋଚନା ଚକ୍ରରେ ଯୁକ୍ତଦୁଇ ଶ୍ରେଣୀର ଇତିହାସ ଅଧ୍ୟାପିକା ନମିତା ଜେନା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବିଭାଗର ଚିନ୍ମୟ ଚିନ୍ତନ ଭୋଇ, ରାଜା ଖେସ୍, ଅଭିଷେକ ସାହୁ, ଦେବସ୍ମିତା ପଟ୍ଟନାୟକ, ପ୍ରିୟଙ୍କା ରାଉତ, ସଂଯୁକ୍ତା ସାବତ ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀ ମାନେ ସହଯୋଗ କରିଥିଲେ ।
Prev Post