ବ୍ଳକରେ ଚାଲିଛି ପିସି କାରବାର

  • ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ଆଣିଲେ ସମିତି ସଭ୍ୟା ସୁଷମା ପାଙ୍ଗି

କୋରାପୁଟ, (ସୁନାମ ହନ୍ତାଳ) : ବ୍ଳକରେ ଚାଲିଛି ପିସି କାରବାର । ଏଭଳି ସାଙ୍ଘାତିକ ଅଭିଯୋଗ କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକରେ । ଏନେଇ ଜିଲ୍ଲାପାଳଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି ଦୁଧାରୀ ସମିତି ସଭ୍ୟା ସୁଷମା ପାଙ୍ଗି । ସୂଚନା ଅନୁଗତ ଯେ, ସେମିଳିଗୁଡା ବ୍ଳକରେ ୧ ବର୍ଷ ହେବ ସମିତି ବୈଠକ ଅନୁଷ୍ଠିତ ହେଉନାହିଁ । ଓଡିଶା ପଞ୍ଚାୟତ ସମିତି ଆଇନ ୧୯୫୯ ଧାରା ୨୦ ଅନୁଯାୟୀ ୨ ମାସକୁ ଥରେ ବୈଠକ କରିଯିବା ପାଇଁ ନିୟମ ରହିଛି । କିନ୍ତୁ ଏହି ନିୟମ କାର୍ଯ୍ୟକାରି ହେଉନାହି । ପଞ୍ଚାୟତର ଗ୍ରାମସଭା ହୋଉଛି ହେଲେ କୋଣସି ବିଭାଗୀୟ ଅଧିକାରୀ ଯୋଗ ଦେଉନାହାନ୍ତି । କିନ୍ତୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ବିଭାଗୀୟ ଅଧିକାରୀ ୨୦ ପ୍ରତିଶତ ପିସି କାଟିକି ନେଉଛନ୍ତି ଯିଏ ଟଙ୍କା ଦେଉଛି କାମ ହେଉଛି, ଏଭଳି ଅନିୟମିତତା ମଧ୍ୟରେ ବ୍ଳକ କାର୍ଯ୍ୟାଳୟ ଚାଲୁଥିବା ଅଭିଯୋଗ କରିଛନ୍ତି ସମିତି ସଭ୍ୟ ସୁଷମା ପାଙ୍ଗି । ଏହାକୁ ନେଇ ଅଭିଯୋଗ ଶୁଣାଣିରେ ଅଭିଯୋଗ କରିବାରୁ କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ଘଟଣାର ତଦନ୍ତ କରାଯାଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି ।

Leave A Reply

Your email address will not be published.