ପିଏମ୍‌ ଶ୍ରୀ ଯୋଜନାରେ ସାମିଲ ହେଲା କନ୍ଦକେଲଗାଁ ହାଇସ୍କୁଲ : ଆଦିବାସୀ ଅଂଚଳରେ ଖୁସିର ଲହରୀ

ସଇଁତଲା, (ଖୁସିରାନୀ ସାହୁ) : ସହରର ବିଭିନ୍ନ ସରକାରୀ ବିଦ୍ୟାଳୟକୁ ପଛରେ ପକାଇ ପିଏମ୍‌ ଶ୍ରୀ ଯୋଜନାରେ ସାମିଲ ହେଲା ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କନ୍ଦକେଲଗାଁ ବାପୁଜୀ ହାଇସ୍କୁଲ । ଏହି ଖବର ପାଇ ଆଦିବାସୀ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତରେ ଭିନ୍ନ ଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାମକୁ ନେଇ କିଛି କିଛି ସ୍କୁଲକୁ ନେଇ ଆରମ୍ଭ ହୋଇଛି କେନ୍ଦ୍ର ସରକାରଙ୍କ ପିଏମ୍‌ ଶ୍ରୀ ଯୋଜନା । ଏହି ଯୋଜନାରେ ସାମିଲ ହୋଇଛି ଗୋଟିଏ ଆଦିବାସୀ ଉପାନ୍ତ ବିଦ୍ୟାଳୟ । ପିଏମ୍‌ ଶ୍ରୀ ଯୋଜନାରେ ସାମିଲ ହେବା ପରେ ହାଇସ୍କୁଲ ଚର୍ଚ୍ଚାରେ ଆସୁଛି । କାରଣ ପିଏମ୍‌ ଶ୍ରୀ ଯୋଜନାରେ ସାମିଲ ହେବା ମାତ୍ରକେ ବିଦ୍ୟାଳୟର ଭିତ୍ତିଭୂମି, ଅତ୍ୟାଧୁନିକ ଶିକ୍ଷା, କମ୍ପ୍ୟୁଟର ଲ୍ୟାବ୍‌, ଡିଜିଟାଲ୍‌ କ୍ଲାସ୍‌ ରୁମ୍‌, ପାଠଫଢା ଢାଞ୍ଚା ସାଙ୍ଗରେ ବଦଳିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ଘରୋଇ ବିଦ୍ୟାଳୟରେ ଯେଭଳି ଶିକ୍ଷାଦାନ କରାଯାଉଛି ସେହିଭଳି ଏହି ସ୍କୁଲରେ ମଧ୍ୟ ସେହିପରି ଶିକ୍ଷାଦାନ କରାଯିବ ବୋଲି ଅଞ୍ଚଳବାସୀ ଆଶା ଓ ବିଶ୍ୱାସ ରଖିଛନ୍ତି ।

Leave A Reply

Your email address will not be published.