
- ଉତ୍କଳ ଗୀତିକବି ସମାଜରର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ
ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ଆୟୋଜିତ ୩୦ତମ ରାଉରକେଲା ପୁସ୍ତକମେଳାର ତୃତୀୟ ଦିବସରେ ଗୀତିକବି ସମାଜର ସାହିତ୍ୟ ସଭା ଓ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶିକ୍ଷାବିତ ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସମ୍ପାଦକ ଭୋଳେଶ୍ୱର ବେହେରାଙ୍କ ଆବାହକତ୍ଵ ଓ ବିଭୁ ନାୟକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆରଏସପିର ପ୍ରାକ୍ତନ ସହ ମହାପ୍ରବନ୍ଧକ କୁମାର ବେହେରା, ସମ୍ମାନିତ ଅତିଥି ଭାବେ ଡାକ୍ତର ତରୁଣାଦିତ୍ୟ ମିଶ୍ର, ଆଇନଜୀବୀ ବିକ୍ରମ ସ୍ୱାଇଁ ଯୋଗଦେଇ ଅନୁଷ୍ଠାନର ଗୀତିକବିତା ପ୍ରତି ସମର୍ପିତ ଭାବକୁ ପ୍ରଶଂସା କରିଥିଲେ । ଉପସଭାପତି ରାମକୃଷ୍ଣ ତ୍ରିପାଠୀ ଅନୁଷ୍ଠାନର ଆଭିମୁଖ୍ୟ, ସଭାପତି ଶ୍ରୀ ସାହୁ କାର୍ଯ୍ୟକ୍ରମର ଲକ୍ଷ୍ୟ, ସମ୍ପାଦକ ଶ୍ରୀ ବେହେରା ଅନୁଷ୍ଠାନ ଦ୍ୱାରା ହେଉଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବିତା ପାଠୋତ୍ସବ କାର୍ଯ୍ୟକ୍ରମରେ ବିଜୟ ସେନାପତିଙ୍କ ସଭାପତିତ୍ୱ ଓ ସୁସ୍ମିତା ମହାପାତ୍ର ତଥା ହରପ୍ରିୟା ସାମଲଙ୍କ ସଂଯୋଜନାରେ ଆୟୋଜିତ ସହରର ବହୁ କବି ଗୀତିକବିତା ପାଠ କରିଥିଲେ । ଜଗନ୍ନାଥ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରାରମ୍ଭରେ ଓଡ଼ିଆ ବିଭାଗର ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ସଂଯୋଜନା, ଉପସଭାପତି ବାଉରୀବନ୍ଧୁ ସାହୁଙ୍କ ସଭାପତିତ୍ୱରେ ତୃତୀୟ ଦିବସର କାର୍ଯ୍ୟକ୍ରମକୁ ସେକ୍ଟର ୭ ଥାନା ପ୍ରଭାରୀ ବିକ୍ରମ ଜୟପୁରିଆ ଉଦଘାଟକ ଭାବେ ଯୋଗଦେଇ ପାଠାଗାରର ଏହି ପୁସ୍ତକମେଳାକୁ ପ୍ରଶଂସା କରିବା ସହ ଏହା ଜ୍ଞାନର ପରିସୀମାକୁ ବୃଦ୍ଧି କରିଥାଏ ବୋଲି ମତ ରଖିଥିଲେ । ସମ୍ପାଦକ ବିଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାଠାଗାରର ଉପଦେଷ୍ଟା ଅଭୟ କୁମାର ଦାସ, କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର, ସାଧାରଣ ସମ୍ପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ପର୍ଶୁରାମ ପଟ୍ଟନାୟକ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।