oom

ଓଏସ୍‌ସିଆଇଟି ଶିକ୍ଷା କ୍ଷେତ୍ରରେ ଗଞ୍ଜାମ ରାଜ୍ୟରେ ୨ୟ ସ୍ଥାନରେ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟରେ ଆନ୍ତର୍ଜାତିକ ସ୍ତରର କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଦାନ କରି ଉଚ୍ଚକୋଟୀର ମାନବ ସମ୍ବଳ ବିକାଶ କରୁଥିବା ଓକେସିଏଲ୍‌ର ପାଠ୍ୟକ୍ରମ ପ୍ରଦାନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ରାଜ୍ୟରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି । ବୁଧବାର ଦିନ ଭୁବନେଶ୍ୱରର ରେଳ ଅଡିଟୋରିୟମ ଠାରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଓକେସିଏଲ୍‌ର ଗଞ୍ଜାମ ଜିଲ୍ଲାର ମୁଖ୍ୟ ଏସ୍‌. ରେଖା ମହାନ୍ତିଙ୍କୁ ପୁରସ୍କୃତ କରାଯାଇଛି । ଓକେସିଏଲ୍‌ର ପରିଚାଳନା ନିର୍ଦ୍ଦେଶକ ଡକ୍ଟର ମନୋରଞ୍ଜନ ପୁଥଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓକାକ୍‌ର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ରାଉତ, ହରିଆଣା ନଲେଜ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଅଭିଜିତ କୁଲକର୍ଣ୍ଣୀ, ମହାରାଷ୍ଟ୍ର ନଲେଜ କର୍ପୋରେସନର ବରିଷ୍ଠ କର୍ମକର୍ତ୍ତା ସୌମ୍ୟ ପାଣି ଓ ଓକେସିଏଲ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ସନ୍ତୋଷ ବିରାରୀ ଅତିଥି ଭାବେ ଯୋଗ ଦେଇ କୃତ୍ରିମ ବୁଦ୍ଧିମତା (ଏଆଇ) ସମୃଦ୍ଧ ଓ ସଂଲଗ୍ନିତ ଓକେସିଏଲ୍‌ର ନୂତନ ପିଢିର କମ୍ପ୍ୟୁଟର ପାଠ୍ୟକ୍ରମ ଓଡିଶାର ଆଗାମୀ ପିଢିକୁ ପ୍ରତିଯୋଗିତାମୂଳକ ଦୁନିଆରେ ପ୍ରକୃତ ରୂପରେ ନିଜ ସ୍ଥାନ ଅଧିକାର କରିବା ପାଇଁ ସହାୟକ ହେବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ଅର୍ଥନୀତିଜ୍ଞ ଅରୁଣ କୁମାର ସାବତ ଓ ବରିଷ୍ଠ ଗଣମାଧ୍ୟମ ବ୍ୟକ୍ତିତ୍ୱ ଅଶୋକ ଦାସ ଓଡ଼ିଶାର କୋଣ ଅନୁକୋଣରୁ ଆସି କାର୍ଯ୍ୟକ୍ରମରେ ଯୋଗଦାନ କରିଥିବା ଏକ ହଜାରରୁ ଅଧିକ ଓକେସିଏଲ୍‌ର ନେଟୱର୍କ ପାର୍ଟନର ଚଳିତ ବର୍ଷ ନୂତନ ଉତ୍ସାହର ସହ ନିଜ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତ ଗଢି ତୋଳିବାକୁ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଥିଲେ । ପୁରସ୍କାର ଗ୍ରହଣ କରିବା ପରେ ରେଖା ମହାନ୍ତି ଏହି ସଫଳତାର ଶ୍ରେୟ ଗଞ୍ଜାମ ଜିଲ୍ଲାର ସମସ୍ତ ନେଟୱର୍କ ପାର୍ଟନର ମାନଙ୍କୁ ଦେବା ସହ ଆଗାମୀ ଦିନରେ ଏହି ସଫଳତାକୁ ଦୋହରାଇବାକୁ ଆହ୍ୱାନ ଦେଇଥିଲେ ।

jittmm
Leave A Reply

Your email address will not be published.