ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ବ୍ଲକ ମିଶନଶକ୍ତି ଭବନଠାରେ ଆୟୋଜିତ ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଗୀତାଞ୍ଜଞ୍ଚଳି ଦାଶ ଯୋଗ ଦେଇଥିବା ବେଳେ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମହାପାତ୍ର କୁଳଦୀପ ମହାନ୍ତିଙ୍କ ସହ ଜିଲ୍ଲା ସ୍ୱତନ୍ତ୍ର ନିୟୋଜନ ଅଧିକାରୀ ଭରତ ଦାସ, ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିନିଧି ପିତାମ୍ବର କଣ୍ଟା, ବ୍ଲକ ବିପିଏମ୍ ସରୋଜ ଧରୁଆ ପ୍ରମୁଖ ମଂଚାସୀନ ଥିଲେ । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଓଡିଶା ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମ ମାଧ୍ୟମରେ ବେକାର ଯୁବକ ଯୁବତୀ ମାନଙ୍କ ଦକ୍ଷତାର ବିକାଶ ହୋଇପାରିବ ବୋଲି ଅତିଥିମାନେ ସୂଚନା ଦେଇଥିଲେ । ଯୁବକ ଯୁବତୀ ମାନଙ୍କୁ ରହିବା, ଖାଇବା ସହ ମାଗଣାରେ ବିଭିନ୍ନ ଟ୍ରେଡରେ ଟ୍ରେନିଂ ଦେଇ ସେମାନଙ୍କର ଦକ୍ଷତାର ବିକାଶ କରାଇବା ଦ୍ୱାରା ଅନେକ ସଂଖ୍ୟାରେ ନିଯୁକ୍ତିର ସୁଯୋଗ ପାଇପାରିବେ । କାର୍ଯ୍ୟକ୍ରମରେ ମୋଟ ୧୦୦ରୁ ଅଧିକ ଯୁବକ ଯୁବତୀ ଅଂଶ ଗ୍ରହଣ କରି ନାମ ପଞ୍ଜିକରଣ କରିଥିବା ସୂଚନା ମିଳିଛି । ଉକ୍ତ ଶିବିରଟିକୁ ବ୍ଲକ ଜୀବିକା ସଂଯୋଜକ ଜ୍ଞାନରଂଜନ ସାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିବା ସୂଚନାରୁ ପ୍ରକାଶ ।
Next Post