pr

ଦାମୋଦର ଉଚ୍ଚ ବିଦ୍ୟାପୀଠର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ

dr. purohit

ଜଟଣୀ, (ଦିଲ୍ଲୀପ କୁମାର ଧାଉଡିଆ) : ଦାମୋଦର ଉଚ୍ଚ ବିଦ୍ୟାପୀଠ ବୁଢଙ୍ଗରା, ଜୋରକଣୀର ବାର୍ଷିକ କ୍ରୀଡା ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ସାରଥୀ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ କ୍ରୀଡା ଉତ୍ସବରେ ମୁଖ୍ୟଅତିଥି ଭାବେ ଜଟଣୀ ବିଧାୟକ ବିଭୁତି ଭୂଷଣ ବଳବନ୍ତରାୟ, ମୁଖ୍ୟବକ୍ତା ରୂପେ ଜଟଣୀ ବ୍ଲକ ଅଧକ୍ଷା ଜୟନ୍ତୀବାଳା ଛୋଟରାୟ, ସମ୍ମାନିତ ଅତିଥି ଭାବେ ଏସ ଏମ ସି ସଭାପତି ଅରୁଣ ଜଗଦେବ, ସ୍ଥାନୀୟ ସରପଞ୍ଚ ଆରଜୁ ପରବୀନ, ସମିତି ସଭ୍ୟ ଶରତ ପାଲଟାସିଂହ, ସୁରେଶ କୁମାର. ସରକାରୀ ୟୁପି ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ପ୍ରଧାନଶିକ୍ଷକ ସାରଥୀ ସୁବୁଦ୍ଧି ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଶିକ୍ଷାବିତ ରମେଶ ଚନ୍ଦ୍ର ସାମନ୍ତରାୟ ଅତିଥି ପରିଚୟ ସହ ମଞ୍ଚ ସଂଯୋଜନା କରିଥିଲେ । ପିଇଟି ନିମାଇଁ ଚରଣ ପ୍ରଧାନ କ୍ରୀଡା ପ୍ରତିଯୋଗିତା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାପୀଠର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଲଙ୍ଗଜମ୍ପ, ହାଇଜମ୍ପ, ଦୌଡ଼, ଅଖା ଡିଆଁ, ଦୌଡ଼ି ଡିଆଁ ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିଥିଲେ । ଏଥିରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାପୀଠ ତରଫରୁ ପ୍ରଂଶସା ପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଅତିଥିମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାପୀଠର ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ ଯୋଗ ଦେଇଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ଜ୍ୟୋତି ରଞ୍ଜନ ଦାସ କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.