oom

ବାର୍ଷିକ ଉତ୍ସବରେ ଯୋଗଦେଲେ ବିଧାୟକ

jsmm

ସଇଁତଲା, (ଖୁସିରାନୀ ସାହୁ) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ କେରମେଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ପ୍ରଧାନ ଶିକ୍ଷକ ସରୋଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଯୋଗଦେଇ ଥିବା ବେଳେ କେରମେଲି ସରପଞ୍ଚ ଅଶୋକ ସାହୁ, ଅବସରପ୍ରାପ୍ତ ଶିକ୍ଷକ ବରୁଣ ସାହୁ, ଅସୀମ ବେହେରା, କମିଟିର ସଭାପତି ଯଜେ୍ଞଶ୍ଵର ଦାସ ସମ୍ମାନିତ ଅତିଥି ଓ ଚାଣ୍ଡାଲ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦେଇ ମତବ୍ୟକ୍ତ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ମୋନାଲିସା ମହାପାତ୍ର ପରିଚାଳନା କରିଥିବା ବେଳେ ସୌମ୍ୟ ରଞ୍ଜନ ମହାନ୍ତି, ସବିତା ଏକ୍କା, ରଶ୍ମିତା ନାୟକ, ପ୍ରଶାନନ୍ଦ ବାଗ, ମିନତୀ ଦାସ, ଗୀତାଞ୍ଜଳି ମହାକୁର, ଚନ୍ଦ୍ର ଶେଖର ସାହୁ, ମଧୁମିତା ପ୍ରଧାନ, ଅନୁପମ ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ । ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।

jittmm
Leave A Reply

Your email address will not be published.