ବଙ୍ଗୋମୁଣ୍ଡା,(ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଂଚାୟତ ମନିଗାଁ ଗ୍ରାମରେ ମଣିଶ୍ରୀ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ମନୋଜ କୁମାର ମାଝୀ ସ୍ମାରକୀ ଫୁୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ପୂର୍ବତନ ଚୁଲଫୁଙ୍କା ସରପଂଚ ସରୋଜିନି ମାଝୀ, ହରପ୍ରସାଦ ମାଝୀ, ଶିବନାରାୟଣ ମାଝୀ, ପୂର୍ବତନ ସର୍ବେକ୍ଷଣ ଅଧିକାରୀ ଦେବେନ୍ଦ୍ର ମାଝୀ, ବିଷ୍ଣୁପ୍ରସାଦ ମାଝୀ, ଚୁଲଫୁଙ୍କା ସରପଂଚ ରାଜକିଶୋର ମାଝୀ,ପୂର୍ବତନ ସମିତି ସଭ୍ୟ ଅନିଲ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଖେଲାଲିମାନଙ୍କୁ ଉତ୍ସାହିତ କରିବା ସହ ବିଜେତା ଓ ଉପ ବିଜେତା ଦଳକୁ ଟଫ୍ରି ସହ ଅର୍ଥରାଶି ପ୍ରଦାନ କରିଥିଲୋ ଏହି ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ ଗୋଟି ଦଳ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଯୁରାବନ୍ଧ ଓ ବଡଗମଡା ଦଳ ‘ଫାଇନାଲ ମ୍ୟାଚ୍କୁ ଉତ୍ତୀର୍ଣ୍ଣ ହୋଇଥିଲେ । ଆଜିର ଫାଇନାଲମ୍ୟାଚ୍ରେ ଯୁରାବନ୍ଧ ଓ ବଡଗମଡା ଦଳ ମଧ୍ୟରେ ମ୍ୟାଚ୍ ହୋଇଥିବା ବେଳେ ଏଥିରେ ଯୁରାବନ୍ଧ ଦଳ ଚାମ୍ପିଆନ୍ ହୋଇଥିଲେ।। ରେଫରୀ ଦୁଷ୍ମନ୍ତ ସାହୁ ଖେଳ ପରିଚାଳନା କରିଥିବା ବେଳେ ଲାଇନରେ ଦୁଷ୍ମନ୍ତ ବେହେରା, ବୁଲୁମାଝୀ, ଚଉ ଭୋଇ ସହଯୋଗ କରିଥିଲେ । ମମିଆଁ ଗାଁର ବୈବମଙ୍ଗରାଜ ଧାରାବିବରଣି ପ୍ରଦାନ କରିଥିଲେ । ବେଷ୍ଟ ଗୋଲକିପର ପାଇକପଡା ଦଳର ଦୟାଶଙ୍କର, ବେଷ୍ଟ ଡିଫେଣ୍ଡର ଭାବେ କଣ୍ଟାବାଞ୍ଜିର ଅମ୍ରିତ୍, ବେଷ୍ଟ ପ୍ଲେୟର ଅଫଦି ଟୁର୍ଣ୍ଣାମେଣ୍ଟ ବଡଗମଡା ଦଳର ଯୋଗେନ୍ଦ୍ରଭୋଇ, ବେଷ୍ଟ ଶାନ୍ତି ଶୃଙ୍ଖଳା ମନିଗାଁ ଦଳକୁ ବିବେଚିତ କରାଯାଇ ପୁରସ୍କୃତ କରାଯାଇଛି । ଆୟୋଜକ ମଣିଶ୍ରୀ ଫୁୁଟବଳକ୍ଲବର ଶୁଶିଲ ମାଝୀ, ଅରୁଣ ମାଝୀ, ଯଜ୍ଞଦତ୍ତ ମାଝୀ, କିରଣ ମାଝୀ, ପ୍ରତ୍ୟୁଷ ରଞ୍ଜନ ମାଝୀ,ମହେଶ ମାଝୀ ପ୍ରମୁଖଙ୍କ ସହ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗକରିଥିଲେ ।