ବରଗଡ଼ ପୋୖରାଞ୍ଚଳରେ ହୋଲଡିଂ ଟ୍ୟାକ୍ସର ଅହେତୁକ ବୃଦ୍ଧିକୁ ଆମ୍ ଆଦମୀ ପାର୍ଟିର ବିରୋଧ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆନୁଆଲ ଭ୍ୟାଲୁର ଅସ୍ସେମେଣ୍ଟ ଅହେତୁକ ଭାବେ ବୃଦ୍ଧି ହୋଇଥିବାରୁ ଏହା ଗତଥର ଅପେକ୍ଷା ପ୍ରାୟତଃ ୪ ଗୁଣା ବଢିଥିବା ବେଳେ ପୋୖର ପ୍ରଶାସନ ଏହାକୁ ବିଚାରକୁ ନନେଇ ଲୋକମାନଙ୍କ ଉପରେ ଅଧିକ ଟ୍ୟାକ୍ସ ବୋଝ ଲଦି ଦେଇଛି, ଏହାକୁ ଆମ୍ ଆଦମୀ ପାର୍ଟି ବିରୋଧ କରୁଛି । ପୋୖର ଆଇନ ଅନୁଯାୟୀ ସହରାଞ୍ଚଳର କରଦାତାଙ୍କ ଆର୍ଥିକ ଅନାଟନକୁ ଦୃଷ୍ଟିରେ ନରଖି ଏଭଳି ନିଷ୍ପତି ନେବା ଏକ ନିନ୍ଦନୀୟ ପଦକ୍ଷେପ ଅଟେ । ହୋଲଡିଂ ଟିକସ, ରାସ୍ତା ଆଲୋକ ଟିକସ, ଜଳକର ହଉ କି ଲ୍ୟାଟ୍ରିନ ଟିକସ ଏସବୁ ସେବାକରର ଅନ୍ତର୍ଭୁକ୍ତ ଅଟେ । କିନ୍ତୁ ଆମ୍ଭ ସହରର ଅନେକ ଅଂଚଳରେ ସଫେଇ ହେଉନଥିବା ବେଳେ ହୋଲଡିଂ ଟିକସ ଆଦାୟ କରାଯାଉଛି । ସେହିପରି ଅନେକ ସ୍ଥାନରେ ପାନୀୟ ଜଳଯୋଗାଣ ନଥାଇ ମଧ୍ୟ ଜଳକର ଆଦାୟ ହେଉଛି । ସେହିପରି ସହରରେ ଉଠା ପାଇଖାନା ନଥାଇ ମଧ୍ୟ ଟିକସ ଆଦାୟ କରାଯାଉଛି । ତେଣୁ ଅହେତୁକ ହୋଲଡିଂ ଟିକସ ବୃଦ୍ଧିକୁ ଆପ୍ ଆବାହକ ଭବାନୀ ସାହୁ ବିରୋଧ କରିଛନ୍ତି । ତୁରନ୍ତ ଏକ ନାଗରିକ କମିଟିକୁ ଡକାଯାଇ ହୋଲଡିଂ ଟିକସ ବିଷୟରେ ଆଲୋଚନା କରି ଦେୟ ନିର୍ଦ୍ଧାରିତ କରିବାକୁ ଆପ୍ ଦାବୀ କରିଛି । ଅମିତାଭ ପାତ୍ର ରାଜ୍ୟ ସମ୍ପାଦକ, ସ୍ୱରୂପ ଭୋଇ, ମମତା ବେହେରା, ମରିୟମ ବାଲା, କ୍ଷୀରୋଦ ବାଗ ଉପସ୍ଥିତ ଥିଲେ ।

Leave A Reply

Your email address will not be published.