csstore

ଡାହିମାଲ କ୍ଲଷ୍ଟରର‌ ଅଷ୍ଟମ କ୍ଳଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ସିର୍ଜାପାଲି ଠାରେ ଡାହିମାଲ କ୍ଲଷ୍ଟରର‌ ଅଷ୍ଟମ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ପ୍ରଧାନ ଶିକ୍ଷକ ଦେବରାଜ ଝାଙ୍କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ଥାନୀୟ ସିଆର୍‌ସିସି ପ୍ରହଲ୍ଲାଦ ଦଣ୍ଡସେନା ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନର ଜାନୁଆରି ମାସର ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ଶିକ୍ଷକ ଜଗବନ୍ଧୁ ଭୋଇ, ଶଶି ଭୋଇ, ମୋହନ ଭୋଇ, ରାଜ କିଶୋର ଝାଙ୍କର, କଳାକୃଷ୍ଣ କୁମୁରା ପ୍ରମୁଖ ଯୋଗଦେଇ ନିଜସ୍ୱ ମତ ପୋଷଣ କରିଥିଲେ । ମୁଖ୍ୟଅତିଥି ଭାବେ ଗୁଡଭେଲା ବ୍ଲକର କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର ସୁନା ଯୋଗଦେଇ ବ୍ଲକ ଏଜେଣ୍ଡା ଉପରେ ଆଲୋଚନା କରିଥିଲେ । ପ୍ରଧାନ ଶିକ୍ଷକ ମନୋରଞ୍ଜନ ଭୋଇ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ପୀତବାସ ମହାଲିଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷକ ସୁଶାନ୍ତ ମେହେର ମୌଳିକ ସାକ୍ଷରତା ଓ ଶିକ୍ଷକ ପ୍ରଶାନ୍ତ କୁମାର ସୁନା ସଂଖ୍ୟାଜ୍ଞାନ ଉପରେ ଶିକ୍ଷାଦାନ ଦେଇଥିଲେ । ଶିକ୍ଷକ ହେମସାଗର ଷଡ଼ଙ୍ଗୀ, ଦେବରାଜ ମାଝୀ, ଚମରୁ ଥପା, ପୁଷ୍ପା ମାଝୀ, ପ୍ରଶାନ୍ତ ବିଶ୍ଵାଳ, ଦେବାନନ୍ଦ ପ୍ରଧାନ, ପୁରୁଷୋତ୍ତମ ଭୋଇ, ସଂଗୀତା ପ୍ରଧାନ, ଅଶୋକ ଝାଙ୍କର, ଉମା ଝାଙ୍କର, ଶଶି ଭୋଇ, ସବ୍ୟସାଚୀ ଡାଙ୍ଗ, ରାଜେଶ ଭୋଇ, ବିକାଶ ଜେନା ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.