csstore

ବଲାଙ୍ଗିର ଜିଲ୍ଲା ନାଗରିକ କମିଟି ସଦସ୍ୟଙ୍କ ମାଲପଡା ୟୁ.ପି. ସ୍କୁଲ ପରିଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ନାଗରିକ କମିଟିର ଶିକ୍ଷା କମିଟି ସଦସ୍ୟଗଣ ସାଧାରଣ ସଂପାଦକ ମଧୁସୁଦନ ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ମାଲପଡା ୟୁ.ପି. ସ୍କୁଲ ପରିଦର୍ଶନ କରିଥିଲେ । ସବ୍‌ କମିଟି ମୁଖ୍ୟ ଧର୍ମବ୍ରତ ରଥ, ଗୋପବନ୍ଧୁ ପୁରୋହିତ, ପ୍ରଶନ୍ନ କୁମାର ମିଶ୍ର, ଦିବାକର ହୋତା, କୃଷ୍ଣଚନ୍ଦ୍ର ମହାକୁର ପ୍ରମୁଖ ପରିଦର୍ଶନରେ ଯାଇ ସ୍କୁଲର ବିଭିନ୍ନ ସମସ୍ୟା ଅନୁଧ୍ୟାନ କରିଥିଲେ । ସିଆର୍‌ସିସି ତଥା କାର୍ଯ୍ୟକାରୀ ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ମହାନ୍ତି, ସହ- ଶିକ୍ଷୟିତ୍ରୀ କବିତା ମିଶ୍ର, ଯଜ୍ଞଶ୍ୱରୀ ମିଶ୍ର, କୁଞ୍ଜ ବିହାରୀ ମେହେର ତଥା ଲକ୍ଷ୍ମଣ ପଧାନ ପ୍ରମୁଖ ପାଂଚ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାଦାନ ଦେଉଛନ୍ତି । ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମୋଟ ୧୭୭ ଜଣ ଛାତ୍ରଛାତ୍ରୀ ଅଛନ୍ତି । ଉପସ୍ଥିତ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ସହ ଆଲୋଚନା ସମୟରେ ଜଣେ ରେଗୁଲାର ପ୍ରଧାନ ଶିକ୍ଷକଙ୍କ ସହ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ଜଣେ ଗ୍ରାଜୁଏଟ ଶିକ୍ଷକ, ହିନ୍ଦୀ, ସଂସ୍କୃତ ତଥା ଖେଳ ଶିକ୍ଷକ, କମ୍ପ୍ୟୁଟର ଶିକ୍ଷକଙ୍କ ନିଯୁକ୍ତି, ତିନୋଟି ନୂତନ ଶ୍ରେଣୀ କୋଠରୀ ସହ ପିଡବ୍ଲୁଡି ଶିକ୍ଷକଙ୍କ ପାଇଁ ତଥା ଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଟୟଲେଟ ବ୍ୟବସ୍ଥା, ସ୍କୁଲ ଅଫିସ କୋଠରୀ ନିର୍ମାଣ ଏବଂ ପୁରାତନ ଶ୍ରେଣୀ କୋଠରୀ ଗୁଡିକର ମରାମତିର ଆବଶ୍ୟକତା ଅନୁଭୂତ ହୋଇଥିଲା । ଏ ସଂପର୍କରେ ଉଚ୍ଚ କତ୍ତୃପକ୍ଷ ସୁଦୃଷ୍ଟି ପ୍ରଦାନ କଲେ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି ମତ ପ୍ରକାଶ ପାଇଥିଲା ।

jayashree
Leave A Reply

Your email address will not be published.