ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର ୨୦ସ୍ଥିତ ଉତ୍କଳ ଗୌରବ ମଧୁସୂଦନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଯୁକ୍ତ ୨ ଛାତ୍ରୀ ମାନଙ୍କୁ ନେଇ ୮ ଦିନିଆ ଆତ୍ମ ସୁରକ୍ଷା କୌଶଳ ୨୦୨୪-୨୫ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବିଦ୍ୟାଳୟର ଅଧ୍ୟକ୍ଷା ମଞ୍ଜୁଲତା ଦେହୁରୀଙ୍କ ସଭାପତିତ୍ୱ ଓ ଅଧ୍ୟାପକ ପ୍ରଦୀପ କୁମାର ଗିରିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ବରିଷ୍ଠ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, କବୟିତ୍ରୀ ସସ୍ମିତା ପ୍ରଧାନ ଓ ସୁରକ୍ଷା କୌଶଳର ମାଷ୍ଟର ଟ୍ରେନର ଭାବେ ଜୟ କୁମାର ସିଂ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ଏହି ଆତ୍ମ ସୁରକ୍ଷା କୌଶଳ କାର୍ଯ୍ୟକ୍ରମ ୨୦୧୩ରେ ତତ୍କାଳୀନ ଚର୍ଚ୍ଚିତ ଘଟଣା ନିର୍ଭୟା କାଣ୍ଡ ପରେ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତାକୁ ଉପଲବ୍ଧି କରି ବିଦ୍ୟାଳୟ ସ୍ତରରେ ସରକାର ଆରମ୍ଭ କରିଥିଲେ । ଏହି କୌଶଳ ଦ୍ୱାରା ଝିଅ ମାନେ ନିଜକୁ ସୁରକ୍ଷିତ ରଖିବା ସହ ନିଜକୁ ମାନସିକ ଓ ଶାରିରୀକ ଭାବେ ଦୃଢ଼ କରିପାରିବେ ବୋଲି ମତ ରଖିଥିଲେ । ଅଧ୍ୟକ୍ଷା ସୁଶ୍ରୀ ଦେହୁରୀ ଏଭଳି କାର୍ଯ୍ୟକ୍ରମ ଛାତ୍ରୀ ମାନଙ୍କ ମଧ୍ୟରେ ଆତ୍ମବିଶ୍ଵାସ ବୃଦ୍ଧି କରିବ ବୋଲି ମତ ରଖିବା ସହ ସରକାରଙ୍କ ଏଭଳି ମହତ ଉଦ୍ଦେଶ୍ୟକୁ ସାଧୁବାଦ ଦେଇଥିଲେ । ଶେଷରେ ବରିଷ୍ଠ ଅଧ୍ୟାପକ ସୁଶାନ୍ତ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ପରେ ମାଷ୍ଟର ଟ୍ରେନର ଶ୍ରୀମତୀ ସିଂ ଛାତ୍ରୀ ମାନଙ୍କୁ ବିଭିନ୍ନ ପ୍ରକାରର କୌଶଳ ଶିଖାଇଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ସିଂ, ରୀତା ରାୟ, ସନ୍ଧ୍ୟାରାଣୀ ଚୌଧୁରୀ, ରମେଶ ପ୍ରଧାନ, ସୌମ୍ୟରଞ୍ଜନ ଦାଶ, ପ୍ରକାଶ ଦାଶ, ଅଳକା ରଶ୍ମି ମହାନ୍ତି, ଶୈଳବାଳା ଷଡ଼ଙ୍ଗୀ, ସମିତା ପଟ୍ଟନାୟକ, ସୁନିତା ମହାଳିକ, ସୁରଭି ଦାସ, ସନ୍ତୋଷିନୀ ସାହୁ, ଜୟଦେବ ବିଶ୍ୱାଳ, ଗଣେଶ ସାହୁ, କୁଳ ବେହେରା, ଗୋଲକ ବଡାଇକ, ଏନ୍. ରାଜୁ, ଉଷା ବେହେରା, ପ୍ରିନ୍ସ ମହାନ୍ତି, ରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।