jayashree

ଯୋଗାଣ ବିଭାଗ ଅଧିକାରୀ ମାନଙ୍କ ଦ୍ଵାରା ୪୦୦ ବସ୍ତା ଧାନ ଜବତ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ବେଆଇନ ଭାବେ ୪୦୦ ବସ୍ତା ଧାନ ଗଚ୍ଛିତ ଥିବା ନେଇ ଦୁଇଟି ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ରେଡ଼୍‌ କରାଯାଇଥିଲା । ଆଉ ରେଡ଼ କରି ସେହି ବେଆଇନ ୪୦୦ ବସ୍ତା ଧାନକୁ ଜବତ କରିଛି ଯୋଗାଣ ବିଭାଗ । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକ ଦୁର୍ଗୀ ଗ୍ରାମ ପଞ୍ଚାୟତରେ ବେଆଇନ ଭାବେ ୪୦୦ ବସ୍ତା ଧାନ ଗଚ୍ଛିତ ଥିବା ନେଇ ଦୁଇଟି ସ୍ଥାନରେ ଯୋଗାଣ ବିଭାଗ ପକ୍ଷରୁ ରେଡ୍‌ କରାଯାଇଥିଲା । ରାୟଗଡା ଜିଲ୍ଲା ବିଷମ କଟକ ବ୍ଲକର ଦୁର୍ଗୀ ଗ୍ରାମରେ ବେଆଇନ ଭାବେ ଦୁଇଟି ସ୍ଥାନରେ ଧାନ ରଖିଥିବା ଅଭିଯୋଗରେ ଦୁଇଟି ସ୍ଥାନରେ ରେଡ ଜାରି ରହିଥିଲା । ଗୁଣୁପୁର ଯୋଗାଣ ଅଧିକାରୀ, ମାଜିଷ୍ଟ୍ରେଟ ଭାବେ ବିଷମ କଟକ ତହସିଲଦାର ଓ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମିଳିତ ଭାବେ ଏହି ଚଢ଼ାଉ ଜାରି ରହିଥିବା ବେଳେ ଏହା ପୁଙ୍ଗାନୁପୁଙ୍ଖ ତଦନ୍ତ ପରିସରକୁ ଅଣାଗଲେ ଅଧିକ ସବୁ ସତ୍ୟାସତ୍ୟ ଜଣାପଡିବ ବୋଲି ଆଲେଚାନା ହେଉଛି ।

Leave A Reply

Your email address will not be published.