oom

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପଦ୍ମପୁରରେ ଆତ୍ମାସୁରକ୍ଷା ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ବରଗଡ ଓ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ରାଜବୋରାସମ୍ବର ଆନୁକୂଲ୍ୟରେ ଏକ ତ୍ରିଦିବାସୀୟ ରାଣୀ ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଓ ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ଦ୍ୱୟର ଉଦ୍‌ଘାଟନୀ ସଭା ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷଜ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଚୂଡ଼ାମଣୀ ବାରିକ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପାଇକମାଳ ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ଆସନ ଅଳଙ୍କୃତ କରିଥିବାବେଳେ ଲୋକନାଥ ଭୋଇ, ଗୋଷ୍ଠୀଶିକ୍ଷା ଅଧିକାରୀ, ରାଜବୋରାସମ୍ବର, ଶୁଭମ କୁମାର ପତି, ଗୋଷ୍ଠୀ ଶିକ୍ଷା ଅଧିକାରୀ, ଝାରବନ୍ଧ, ଶିବ ପ୍ରସାଦ ଯୋଶୀ, ରାମସିଂ ଭୋଇ ଓ ବିଶିକେଶନ ଶତପଥି ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ମାନସ ରଞ୍ଜନ ଶତପଥି ସଭା ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ ପରିଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ପରିଚାଳନାରେ ପୂଜାରାଣୀ ନାୟକ, ସଂଯୁକ୍ତା ଭୋଇ, ମନୀଷା ଭୋଇ, ବୃନ୍ଦାବତୀ ସାହୁ, ଖୁଶବୁ ବରିହା, ପ୍ରଭାତୀ ପଟ୍ଟନାୟକ, ମମତା ମିଶ୍ର, ଜ୍ୟୋତିରେଖା ମହାନନ୍ଦ, ଅମନ କୁମାର ପଣ୍ଡା, ନୀଳିମା ରାଣୀ ମହାନ୍ତି, ସୁଷମା ଦାଶ, ଦୁଷ୍ମନ୍ତ ଛତର ଓ କମଳା କୁମ୍ଭାର ସହଯୋଗ କରିଥିଲେ । ଲକ୍ଷ୍ମୀବାଇ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିରରେ ପଦ୍ମପୁର ସବ୍‌ଡ଼ିଭିଜନର ୬ଟି ବ୍ଲକରୁ ୪୮ ଜଣ ଶିକ୍ଷକ ଶିକ୍ଷୟତ୍ରୀ ପ୍ରଶିକ୍ଷଣ ନେବେ । ସୁମିତ୍ରା ପାତ୍ର, ମିନାକ୍ଷୀ ରାଣୀ ରାଉତ, କଲ୍ୟାଣୀ କଲେତ ଓ ପଦ୍ମିନୀ ସାହୁ ସାଧନ କର୍ମୀ ଭାବରେ କାର୍ଯ୍ୟ କରିବେ । ସେହିଭଳି ବର୍ଣ୍ଣାଳୀ ପ୍ରଶିକ୍ଷଣ ଶିବିରରେ ୩୫ଜଣ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଶିକ୍ଷଣ ନେବେ । ଯାହାକୁ ସାଧନ କର୍ମୀ ଜ୍ୟୋତିରେଖା ମହାନନ୍ଦ, ବିଜୟ କୁମାର ସାହୁ, ସୁରଭି ଭୋଇ ଓ ଚିତ୍ରସେନ କୁଆଁର ପରିଚାଳନା କରିବେ ।

jittmm
Leave A Reply

Your email address will not be published.