lika

ସପ୍ତମ ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଗୋଇବାହାଲି ୨୦୨୫ ପାଇଁ କଂସ ବରଣ

gbag

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆସନ୍ତା ୧ ଫେବୃୟାରୀ ଠାରୁ ତାରିଖ ୭ ଫେବୃୟାରୀ ପର୍ଯ୍ୟନ୍ତ ହେବାକୁ ଥିବା ରାଜବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ପାଇଁ ଚୟନ ହୋଇଥିବା କଳାକାରମାନଙ୍କୁ ପ୍ରଥମେ ବାଜା, ବାଣ ଫୁଟାଇ ପରେ ପୁଷ୍ପମାଲ୍ୟ ଦେଇ ସ୍ୱାଗତ କରାଯାଇଥିଲା ତାପରେ ଶୈବ ମନ୍ଦିରର ପୂଜକ ଉପସ୍ଥିତିରେ ସମସ୍ତ କଲାକାର ଓ କମିଟି ମେମ୍ବରମାନଙ୍କ ଦ୍ୱାରା ପୂଜାର୍ଚ୍ଚନା କରାଯାଇଥିଲା । ତାପରେ ଉଗ୍ରସେନ ଭୂମିକାରେ ଚୈତନ୍ୟ ସାହୁ, କଂସ ଭୂମିକାରେ ବିଜୟ କୁମାର ଦେବତା, ମହାମନ୍ତ୍ରୀ ଭୂମିକାରେ ସମ୍ପଦ କୁମାର ମେହେର, ଅକୃର ଭୂମିକାରେ ବିରଥ ଭୋଇ, କେଶୀ ଭୂମିକାରେ ନବୀନ ଷାଣ୍ଢ, ମଲ୍ଲ ଭୂମିକାରେ ଚୈଡ଼ ମେହେର, ସୁନାସ ଭୂମିକାରେ ରିଙ୍କୁ ମଲ୍ଲିକ, ଡ଼ଗର ଭୂମିକାରେ ପିଣ୍ଟୁ ରଣାକୁ ପଦ୍ମପୁର ନିକଟସ୍ଥ ପ୍ରସିଦ୍ଧ ଦେବଦର୍ହାର ଶୈବ ପୀଠ ଠାରେ ବରଣ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏହି ବରଣ କାର୍ଯ୍ୟକ୍ରମରେ କମିଟିର ସମସ୍ତ ସଦସ୍ୟ ତଥା ଗୋଇବାହାଲି, କେର୍ମେଲାବାହାଲ, ଭଗତପୁର, ଗଣ୍ଡପାଲି, ଡୁଙ୍ଗୁରିପାଲି, ପଲସଦା, ଗୌରଜୁରି, ଖଣ୍ଡସିବାଞ୍ଜି, ତେତେଲଖୁଣ୍ଟିର ଭଦ୍ରବ୍ୟକ୍ତି ବରଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ବେଲେ, ପରିଶେଷରେ ଅବରସର ପ୍ରାପ୍ତ ଶିକ୍ଷକ ପିତାମ୍ବର ସାହୁ ଧନ୍ୟବାଦ ଦେଇ ବରଣ କାର୍ଯ୍ୟକ୍ରମକୁ ସମାପନ କରିଥିଲେ ।

sandip
Leave A Reply

Your email address will not be published.