ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୨୦ସ୍ଥିତ ନେହେରୁ ପଲ୍ଲୀଠାରେ ତ୍ରିଦିବସୀୟ ରୁଦ୍ର ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ଶ୍ରୀ ରାମେଶ୍ୱର ମହାଦେବ ମନ୍ଦିର କମିଟି ତରଫରୁ ସନାତନ ଧର୍ମ, ମାନବ କଲ୍ୟାଣ, ଆଧ୍ୟାତ୍ମିକ ଚେତନା ଜାଗୃତି କରଣ, ଦୈବୀ ଦୁର୍ବିପାକ, ଭୁକମ୍ପ, ବାତ୍ୟା, ବନ୍ୟା, ଧର୍ମ ସଂସ୍ଥାପନ ଓ ଅଧର୍ମର ବିନାଶ ପାଇଁ ନେହେରୁପାଲୀ ଠାରେ ଏହି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ମନ୍ଦିର କମିଟିର ସଭାପତି ଜଗନ୍ନାଥ ରାଉତ, ଉପଦେଷ୍ଟା ଉପେନ୍ଦ୍ର କୁମାର ନାୟକ ଓ ସମ୍ପାଦକ ଗଣେଶ ଜୟସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ବିଧାୟକ ସୁବ୍ରତ ତରାଇ, ସମାଜସେବୀ ଗଣେଶ ବାଗାଡିଆ, ଡ଼ଃ ସୁମନ ଦତ୍ତ ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, କଳସ ଯାତ୍ରା, ବୈଷ୍ଣୋବାଗ୍ନି ସ୍ଥାପନ, ମଣ୍ଡଳ ପୂଜା, ପୁଷ୍ପାଞ୍ଜଳି, ଆରତୀ, ବୈଦିକ ଯଜ୍ଞ, ଶିବ ନାମାଗ୍ନି ସ୍ଥାପନା, ଗୀତା ପାଠ, ହରି ସଂକୀର୍ତ୍ତନ ଆଦି କରାଯାଇଥିଲା । ପୁରୀରୁ ୧୧ଜଣ ବୈଦିକ ବ୍ରାହ୍ମଣ ଏହି କାର୍ଯ୍ୟକ୍ରମରେ ପୂଜକ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ । ପରେ ସହସ୍ରାଧିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରସାଦ ବିତରଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଏକତା କ୍ଲଷ୍ଟର ମହିଳା ମହାସଂଘର ସଭାପତି ଲିଲିମା ଜୟସିଂହ, ସମ୍ପାଦିକା ରୀତା ମହାପାତ୍ର, ପ୍ରମୋଦିନୀ ଦାଶ, ରୁକସନା ବେଗମ, ଜାନକୀ ଦେବୀ, ସୁକାନ୍ତି କୁମ୍ଭାର, ସରସ୍ଵତୀ ଜୟସିଂହ, ନାରାୟଣ ଖରୱର, ଧୀରେନ୍ଦ୍ର ଓଝା, ସହଦେବ ଜୟସିଂହ, ଅଶୋକ ଜୟସିଂହ, ରମେଶ ଯାଦବ ଦେବାଶିଷ କର, ଗୋକୁଳ ମହାପାତ୍ର, ପ୍ରଫୁଲ୍ଲ ସ୍ୱାଇଁଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।