jayashree

ରାଜ୍ୟ ଯୁବ ବିଜେଡି ସଂପାଦକଙ୍କ ସାମ୍ବାଦିକ ସମ୍ମିଳନୀ : ବିଜେପି ସରକାର କମ୍ବଳ ବାଣ୍ଟିବା ଭୁଲିଗଲେ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆଜି ନୂତନ ବିଜେପି ସରକାର ଉପରେ ଓ ରାଜ୍ୟର ସମସ୍ତ ବିଧାୟକ ମାନଙ୍କୁ ରାଜ୍ୟ ଯୁବ ବିଜେଡି ସଂପାଦକ ଅଜିତ କୁମାର ଯୋଶୀ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଟାର୍ଗେଟ କରିଛନ୍ତି । ପୂର୍ବତନ ନବୀନ ସରକାର ଥିବା ସମୟରେ ଓଡ଼ିଶାର ସମସ୍ତ ଭତ୍ତା ହିତାଧିକାରୀ ତଥା ବୃଦ୍ଧବୃଦ୍ଧା ମାନଙ୍କୁ କମ୍ବଳ ବଣ୍ଟନ କରୁଥିଲେ । ହେଲେ ବିଜେପି ସରକାର ଆସିଲା ଦିନରୁ କମ୍ବଳ ବଣ୍ଟନକୁ ଭୁଲିଗଲେ ବୋଲି ଶ୍ରୀ ଯୋଶୀ ଅଭିଯୋଗ କରିଛନ୍ତି । ଶୀତ ଦିନ ସରି ଆସୁଥିବାରୁ ଆଗାମୀ ୪/୫ ଦିନରେ କମ୍ବଳ ବଣ୍ଟନ କରନ୍ତୁ ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଦାବି କରିଥିଲେ । ଏହା ମଧ୍ୟ କହିଲେ ଯେ ଓଡିଶାର ବିଧାୟକ ମାନେ ମଧ୍ୟ ଜାଣିବା କଥା ଯେ ବିଜେଡି ସରକାର ଥିବା ସମୟରେ ଶୀତ ଋତୁ ଆରମ୍ଭରେ କମ୍ବଳ, ବର୍ଷା ଦିନେ ଛତା ଓ ଖରା ଦିନରେ ଚପଲ ବାଣ୍ଟୁଥିଲେ । ସେଥିପାଇଁ ବର୍ତ୍ତମାନର ସରକାରକୁ ଅନୁରୋଧ କରିଛନ୍ତି ଯେ ଅତିଶୀଘ୍ର କମ୍ବଳ ପାଇଁ ଟଙ୍କା ନ ହେଲେ କମ୍ବଳ ବଣ୍ଟନ କରନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.