oom

ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବର ବାଣିଜ୍ୟ ମେଳା ଉଦ୍‌ଘାଟିତ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଟାଉନ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଥ ପଦ୍ମପୁର ଲୋକ ମହୋତ୍ସବ ଆସନ୍ତା ୧୮ ତାରିଖରୁ ସାଂସ୍କୃତିକ ପର୍ବ ଆରମ୍ଭ ହେବାକୁ ଯାଉଥିବା ବେଳେ ଆଜି ସ୍ଥାନୀୟ ଅଶୋକ ଖେଳପଡ଼ିଆ ଠାରେ ବାଣିଜ୍ୟ ମେଳା ଉଦ୍‌ଘାଟିତ ହୋଇଯାଇଛି । ଏହି ବାଣିଜ୍ୟ ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଘରୋପକରଣ, ସାଜସଜ୍ଜା, ମସଲା, କପଡା ଆଦି ବହୁ ପ୍ରକାରର ଦୋକାନ ବ୍ୟବସାୟୀ ଆସିଥିବା ବେଳେ ଖାଦ୍ୟପେୟ ପାଇଁ ମଧ୍ୟ ବିଭିନ୍ନ ପ୍ରକାରର ସର୍ବମୋଟ ୧୪୦ଟି ଷ୍ଟଲ ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ମୀନାବଜାର ମଧ୍ୟ ଲାଗିଥିବା ଆୟୋଜକ କମିଟି ତରଫରୁ ସୂଚନା ଦିଆଯାଇଛି । ତେବେ ପଦ୍ମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ରାମଚନ୍ଦ୍ର ମାଝୀ ଓ ବ୍ଲକ ଗୋଷ୍ଠୀ ଉନୟନ ଅଧିକାରୀ ଦେବାଶିଷ ସିହ୍ନା ମୁଖ୍ୟ ଅତିଥିଭାବରେ ଯୋଗଦେଇ ବାଣିଜ୍ୟ ମେଳା ଉଦ୍‌ଘାଟନ କରିଥିଲେ । ତେବେ ଏହିପରି ମେଳା ବ୍ୟବସାୟର ଆଦାନ ପ୍ରଦାନ ସହ ବ୍ୟବସାୟୀଙ୍କୁ ମଧ୍ୟ ନୂତନ ସୁଯୋଗ ପାଇଁ ଏକ ଖୁବ ସୁନ୍ଦର ପ୍ରୟାସ ବୋଲି କହିଥିଲେ । ତେବେ ଏହି ପର୍ବରେ ମହୋତ୍ସବ କମିଟିର ଆବାହକ ଅଶୋକ କୁମାର ମିଶ୍ର, ସମ୍ପାଦକ ଇଂ କୁନାଲ ପାଣିଗ୍ରାହୀଙ୍କ ସହ ନରେଶ ସୁନ୍ଦର ସାହୁ, ଦିନେଶ ବାରିକ, ଅଖିଳ ପଟ୍ଟନାୟକ, ସୁରେଶ ସାହୁ, ପ୍ରତାପ ନାଥ, ଜ୍ୟୋତ୍ସ୍ନା କର, ସୁରଜ ଭୋଇ, ଆଦେଶ କୁମାର ସାହୁ, ଆଲୋକ ଯୋଶୀ, ବିନୀତ ପାତ୍ର, ଆୟୁଷ ଯୋଶୀ, ଓମ ସାହୁ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ତେବେ ଲୋକେ ବହୁ ସଂଖ୍ୟାରେ ଆସନ୍ତୁ ଏବଂ ବାଣିଜ୍ୟ ମେଳା ଓ ମୀନାବଜାରକୁ ଉପଭୋଗ କରନ୍ତୁ ବୋଲି ଆୟୋଜକ କମିଟି ତରଫରୁ ଜନ ସାଧାରଣଙ୍କୁ ନିମନ୍ତ୍ରଣ କରାଯାଇଛି ।

jittmm
Leave A Reply

Your email address will not be published.