ବାଲୁକା କଳାରେ ଟୀକାଦାନର ପ୍ରଥମ ଦିବସ ଝଲକ୍‌

ପୁରୀ : ଆଜି ସାରା ଦେଶରେ ପାଳନ ହେଉଛି କରୋନା ଟୀକାଦାନ ଦିବସ । ଦୀର୍ଘ ନଅ ମାସ ଧରି ସାରା ବିଶ୍ୱ କରୋନା ଭୂତାଣୁ ଦ୍ୱାରା ଅସ୍ତବ୍ୟସ୍ତ ହୋଇପଡିଛି । ସମସ୍ତଙ୍କର ଅପେକ୍ଷା ଥିଲା ଏହି ଟୀକା କେତେବେଳେ ଆସିବ, କରୋନାକୁ ମାଡ ମାରିବ । ଆଜି ସେହି ଦିନ ଆସିଥିବାରୁ ଚାରିଆଡେ ଉତ୍ସବର ମାହଲ ସୃଷ୍ଟି ହୋଇଛି । ଏହିପରି ଏକ ଗୁରୁତ୍ୱପୂର୍ଣ୍ଣ ଅବସରରେ ଆଜି ପୁରୀ ବେଳାଭୂମିରେ ଅନ୍ତର୍ଜାତୀୟ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କରିଛନ୍ତି ଏକ ବାଲୁକା କଳା । ସୁଦର୍ଶନ ଏଥିରେ ଏକ ସ୍ଳୋଗାନ ଲେଖିଛନ୍ତି Together we can win । ଏଥିସହିତ ସେ ଏହି ବାଲୁକା କଳାରେ ଭାରତ ମାନଚିତ୍ର ଉପରେ କରୋନା ଟୀକା ଦିଆଯାଉଥିବାର କଳା କରିଛନ୍ତି । ପାଖରେ ରହିଛି କରୋନା ଟୀକା । ଆଜିର ଦିନରେ ଏହି ବାଲୁକା କଳା ବେଶ ଆକର୍ଷଣୀୟ ହୋଇପାରିଛି ।

Leave A Reply

Your email address will not be published.