କଣ୍ଟାବାଞ୍ଜି, (ପିତାମ୍ବର ଦୀପ) : ସମ୍ବିଧାନ ପ୍ରଣୟନର ୭୫ ବର୍ଷ ପୂର୍ତ୍ତି ଅବସରରେ ଦୀର୍ଘ ଏକ ମାସ ସମ୍ବିଧାନ ସଚେତନ ରଥ ପରିଭ୍ରମଣ କରିଥିବା ବେଳେ ଜତ କାଲି କଣ୍ଟାବାଞ୍ଜି ସମ୍ବିଧାନ ଛକଠାରେ ପହିଞ୍ଚ ଥିବାରୁ ସଚେତନ ରଥକୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ସମ୍ବିଧାନର ଅଧିକାର ବିଷୟରେ ବକ୍ତାମାନେ ଅଭିଭାଷଣ କରିଥିଲେ । ଏହି ଅବସରେ ହିମାଂଶୁ ବିଭାର, ବିକାଶ ଚନ୍ଦ୍ର ଦିପ, ବିପିନ ବିହାରୀ ବାରିକ, ରମେଶ ମହାନନ୍ଦ, ରତୀନ୍ଦ୍ର ରାୟ , କାମେଶ୍ୱର ତାଣ୍ଡି, ସଚିନ ବିଭାର, ଜିତେନ୍ଦ୍ର ଖୁରା (ବଣ୍ଟି), ବ୍ରହ୍ମସିଂ ମହାନନ୍ଦ, ବିଶାଲ ତାଣ୍ଡି, ସନ୍ତୋଷଖୁରା, କୁସୁମ ବିଭାର, ସଂଯୁକ୍ତା ବିଭାର, ବୃନ୍ଦାବତୀ ଖୁରା, ତୁଳସୀ ରାମ ଜଗତ, ରୋହନ ମହତ, ସନ୍ତୋଷ ନାଗ, ପ୍ରମୁଖ ଉପସ୍ଥିତ ଥିଲେ ।