csstore

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସର ପ୍ରୀମୀୟର ଲିଗ୍ ଉଦ୍‌ଯାପିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଛାତ୍ରାବାସର ଚାରିଦିନ ଧରି ଚାଲିଥିବା ହଷ୍ଟେଲ ପ୍ରିମୀୟର ଲିଗ୍ ଉଦଯାପିତ ହୋଇ ସାରିଛି । ଉକ୍ତ କାର୍ଯ୍ୟକ୍ରମରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଲଳିତ ମୋହନ ପଣ୍ଡା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ରନର୍ ଅଫ ଟିମ୍ ଫୋନେକ୍ସ ପ୍ରଣ୍ଟମ୍‌କୁ ଟ୍ରଫି ପ୍ରଦାନ କରିଥିଲେ ଏବଂ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡା ସମ୍ବନ୍ଧୀୟ ଉଦ୍‌ବୋଧନ ଦେଇଥିଲେ । ଛାତ୍ରାବାସର ଅଧିକ୍ଷକ ପ୍ରଧ୍ୟାପକ ଡଃ. ବିରଞ୍ଚି ସାହୁ ଚାମ୍ପିୟନ୍‌ ସିପ୍‌ ଟ୍ରଫି ଫ୍ୟୁରିୟସ ଫାଲକନ୍‌ ଗ୍ରୁପ୍‌କୁ ପ୍ରଦାନ କରିଥିଲେ । ଓରେଞ୍ଜ କେପ ପରେଶ୍ ବିଭାର, ପର୍ପଲ୍ କେପ ସ୍ଵାଗତ ପାତ୍ର, ମେନ ଅଫ ଦି ସିରିଜ୍ ପରେଶ୍ ବିଭାର, ଇଁନିଙ୍ଗ ପ୍ଲେୟର ଅମନ୍ ଦେବତା, ହାଇଏଷ୍ଟ୍ ରନ୍ ବିମଳ କୁମାର ପାଣ୍ଡେ, ଦୃତ ଲମ୍ବା ସିକ୍ସର ବିମଳ କୁମାର ପାଣ୍ଡେ ପାରଦର୍ଶିତା କରିଥିଲେ । ଅଧ୍ୟାପକ ସଦାନନ୍ଦ ଭୋଇ, ଜୟ କୁମାର ଭୁଏ, ପ୍ରଦୀପ ପଣ୍ଡା, ଦେବାଶିଷ ସାହୁ, ସୁବୋଧ ତ୍ରିପାଠୀ, ପୂର୍ଣ୍ଣ ମିରିଗ, ସମୀର ନାଗ, ବାଦଲ ପାଢ଼ୀ, ମିଥୁନ ମେହେର ପ୍ରମୁଖ ସମସ୍ତ ଅଧ୍ୟାପକ ଏବଂ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.