oom

ପ୍ରତିଭା କପ୍‌ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ କୁଟୁମଡୋଳା ହାଇସ୍କୁଲ ପଡିଆରେ ପ୍ରତିଭା ଯୁବକ ସଂଘ ଆନୁକୁଲ୍ୟରେ ୬୨ତମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କୁଟୁମଡୋଲା, ଢୁଲୁସର, ଗେର୍ଡି, ଡଙ୍ଗାଘାଟ, ବରକାନି, ଭାଲୁପିଟା, କୁସଙ୍ଗ, ଆଗଲପୁର, ତମିଆଁ, ଅମାମୁଣ୍ଡା, କୁସମେଲ, ସକମା, ସରଗାଡ, ନକଟାସର, ମନହିରା (୧୬ ଗୋଟି ଦଳ) ଅଂଶ ଗ୍ରହଣ କରିଛନ୍ତି । ଏହି ଉଦ୍‌ଘାଟିତ ଉତ୍ସବରେ ବଲାଙ୍ଗିର ଜିଲ୍ଲା ଅତିରିକ୍ତ ଏସ୍‌ପି (ସ୍ପେସାଲ ବ୍ରାଞ୍ଚ) ରବି ନାରାୟଣ ପାତ୍ର, ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତ, କ୍ରୀଡାବିତ୍‌ ବିଜୟ କୁମାର ଜାନି, ଆଇନଜ୍ଞ ଅରୁଣ କୁମାର ରଣା, ମୁଖ୍ୟବକ୍ତା ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗୀ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଦ୍ୱିତିୟାଦ୍ଧରେ ଉପଜିଲ୍ଲାପାଳ ଆଲୋକ ପଟେଲ, ଅଧ୍ୟାପକ ସୁରେଶ ଚନ୍ଦ୍ର ଷଡଙ୍ଗି, କୁଟୁମଡୋଳା କଲେଜ ଅଧ୍ୟକ୍ଷ ସଂଜୟ କୁମାର ସିଂ, ଡଃ. ଗଜାନନ ପଟେଲ ଏବଂ ତୃତୀୟ ଦିନରେ ପି.ଡି. ଡିଆରଡିଏର ପ୍ରଭାତ ରଂଜନ ମହାପାତ୍ର ଓ ବଲାଙ୍ଗିର ବିଡିଓ ହୃଷିକେଶ ଗଣ୍ଡ, ସହକାରୀ ଯନ୍ତ୍ରୀ ଲିୟାଂଶି ପୁଟି ପ୍ରମୁଖ ଯୋଗ ଦେଇଥିଲେ । ପ୍ରତିଭା ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । ସେମିଫାଇନାଲକୁ ପ୍ରବେଶ କରିଛନ୍ତି କୁଶଙ୍ଗ, ଅମାମୁଣ୍ଡା, ସକମା ଓ କୁଟୁମଡୋଲାର ଫୁଟବଲ ଦଳ ।

jittmm
Leave A Reply

Your email address will not be published.