ବଲାଙ୍ଗିର, (କେପିଏନ୍ଏସ୍) : ନୂଆ ସରକାରରେ ବଲାଙ୍ଗିରରେ ହେଲା ପ୍ରଥମ ଦିଶା ବୈଠକ । ରାଜ୍ୟରେ ୨୪ ବର୍ଷର ବିଜେଡି ସରକାରର ହଯିବା ପରେ ରାଜ୍ୟବାସୀ ବିଜେପି ସରକାରଙ୍କ ଉପରେ ଭରଷା କରିଛନ୍ତି । ନୂଆ ଲୋକସଭାର ପ୍ରଥମ ଦିଶା ବୈଠକ ବଲାଙ୍ଗିର ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଲୋକସଭା ସାଂସଦ ସଂଗିତା ସିଂହଦେଓଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି । ଏଥିରେ ବଲାଙ୍ଗିର ଜିଲ୍ଲାପାଳ, ରାଜ୍ୟସଭା ସାଂସଦ, ଟିଟିଲାଗଡ ବିଧାୟକ, କଣ୍ଟାବାଞ୍ଜି ବିଧାୟକଙ୍କ ସହ ବିଭିନ୍ନ ବିଭାଗର ବିଭିନ୍ନ ଅଧିକାରୀମାନେ ଉପସ୍ଥିତ ଥିବା ନେଇ ଜଣାପଡ଼ିଛି ।